ଆଜି ମହାପ୍ରଭୁଙ୍କ ବନକଲାଗି, 4 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
ଆଜିର ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ପ୍ରଭୁଙ୍କ ଏହି ନୀତି ପାଇଁ ଅପରାହ୍ନ 4ଟା ରୁ ସନ୍ଧ୍ୟା 8 ପର୍ଯ୍ୟନ୍ତ 4 ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଜଗନ୍ନାଥଙ୍କର ଏହା ଏକ ଗୁପ୍ତ ନୀତି, ଦ୍ବିପ୍ରହର ଧୂପ ସରିବା ପରେ ଶ୍ରୀମ
ପୁରୀ: ଆଜି ଜ୍ୟେଷ୍ଠ ଶୁକ୍ଳ ଅଷ୍ଟମୀ ତିଥି । ଆଜିର ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ପ୍ରଭୁଙ୍କ ଏହି ନୀତି ପାଇଁ ଅପରାହ୍ନ 4ଟା ରୁ ସନ୍ଧ୍ୟା 8 ପର୍ଯ୍ୟନ୍ତ 4 ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଜଗନ୍ନାଥଙ୍କର ଏହା ଏକ ଗୁପ୍ତ ନୀତି, ଦ୍ବିପ୍ରହର ଧୂପ ସରିବା ପରେ ଶ୍ରୀମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯିବ । ଏହି ନୀତି ପରେ ଆହୁରି ସୁନ୍ଦର ଦିଶନ୍ତି ମହାପ୍ରଭୁ ଜଗନ୍ନାଥ , ଏଭଳି ଲୋକଙ୍କର ବହୁ ଦିନରୁ ରହିଛି ବିଶ୍ବାସ ।

ଏହି ନୀତିରେ ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ଗରାବଡୁ, ପାଳିଆ ପୁଷ୍ପମାଳ, ଚାଙ୍ଗଡା ମେକାପ, ମୁଦୁଲି ଆଦି ସେବକ ମାନେ ଉପସ୍ଥିତ ରହି ନୀତିରେ ସାମିଲ ହୋଇଥାନ୍ତି । ବନକଲାଗି ପରେ ପୁଣି ସାଧାରଣ ଦର୍ଶନ ପୂର୍ବ ଭଲି ସ୍ବାଭାବିକ ହେବ ।












Click it and Unblock the Notifications