Get Updates
Get notified of breaking news, exclusive insights, and must-see stories!

ବନକଲାଗି ବିବାଦ: ଆଜି ହେବ ନାହିଁ ମହାପ୍ରଭୁଙ୍କ ବନକଲାଗି ନୀତି, ଆସନ୍ତାକାଲି ବସିବ ବୈଠକ

Banakalagi Niti: ବନକଲାଗି ନୀତିକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ଦତ୍ତ ମହାପାତ୍ର ଆଜି ବନକଲାଗି ନୀତି କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ସଂମ୍ପୃକ୍ତ ସେବକ । ତେଣୁ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରି ନାହିଁ । ସେହିପକି ଆସନ୍ତା ବୁଧବାକ ଏହି ନୀତି ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଦତ ମହାପାତ୍ର ସେବାୟତ ସଂଞ୍ଜୟ ଦତ ମହାପାତ୍ର ।

ସେପଟେ କିଛି ଦିନରୁ ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଆସନ୍ତାକାଲି ନୀତି ସବକମିଟିର ବୈଠକ ବସିବା ପାଇଁ ଯାଉଛି । ଏହି ବୈଠକରେ ବନକଲାଗି ନେଇ ବଡ଼ ନିଷ୍ପତି ଆସିବାର ସମ୍ଭାବନା ରହିଛି । ତେବେ ଆସନ୍ତା ବୁଧବାର
ବନକଲାଗି କରିବା ପାଇଁ ଦତମହାପାତ୍ର ସେବକ ଲିଖିତ ପ୍ରତିଶ୍ରୁତି ଗେଲେ, ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ବୋଲି କହିଛନ୍ତି
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ କୁମାର ଦାସ ।

shree mandir

କ'ଣ ରହିଛି ବନକଲାଗି ନୀତି ବିବାଦ

ଶ୍ରୀମନ୍ଦିର ସତ୍ତ୍ୱଲିପିରେ ଉଲ୍ଲେଖ ରହିଛି ଯେ, ପ୍ରତ୍ୟେକ ସପ୍ତାହର ବୁଧବାର କିମ୍ବା ଗୁରୁବାର ଦିନ ଦ୍ୱିପହର ଧୂପ ପରେ ବନକଲାଗି ନୀତି ହୋଇଥିଏ । ମାତ୍ର ବନକଲାଗି ନୀତି ସହ ଅନ୍ୟାନ୍ୟ ବିଶେଷ ନୀତି ରହୁଥିବାରୁ ଦର୍ଶନାର୍ଥୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗୁରୁବାର ବଦଳରେ ବୁଧବାର ବନକଲାଗି କରିବାକୁ ସମ୍ପୃକ୍ତ ସେବକ ନିଯୋଗକୁ କୁହାଯାଇଥିଲା । ହେଲେ ଦତ୍ତମହାପାତ୍ର ନିଯୋଗ ଗୁରୁବାର ବନକଲାଗି କରିବା ଜିଦରେ ଅଟଳ ଅଛନ୍ତି ।

ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବେ ସେମାନେ ମାନିବା କଥା । ନମାନିଲେ ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ସୂଚନା ଥାଉକି, ଗତମାସ 20 ତାରିଖରେ ଅନୁଷ୍ଠିତ ରଥଯାତ୍ରା ପରଠାରୁ ଏପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ବନକଲାଗି ବା ଶ୍ରୀମୁଖ ସିଙ୍ଗାର କରାଯାଇନି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+