ଯାଜପୁର ଜିଲ୍ଲାରେ ରଜପର୍ବ ବେଳେ ଭୋଜି ମନା; ରଜପର୍ବରେ ସାମୁହିକ ସମାବେଶ ବେଳେ ଭୋଜି ବାରଣ।
ଯାଜପୁର ଜିଲ୍ଲାରେ ରଜପର୍ବ ବେଳେ ଭୋଜି ମନା । ରଜପର୍ବରେ ସାମୁହିକ ସମାବେଶ ବେଳେ ଭୋଜି ବାରଣ।

ଜିଲ୍ଲାରେ କଲେରା ଚିହ୍ନଟ ଯୋଗୁଁ ଜିଲ୍ଲା ପ୍ରଶାସନର ପରାମର୍ଶ। ଘର ରନ୍ଧା ଖାଦ୍ୟ, ଫୁଟା ଓ ଫିଲ୍ଟର ପାଣି ପିଇବାକୁ ପରାମର୍ଶବ । ନଦୀ, ନାଳ, ପୋଖରୀ ପାଣିରେ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ମନା । ଜିଲ୍ଲାରେ ଝାଡ଼ାବାନ୍ତି ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ସୂଚନା ଜାରି।
ଯାଜପୁର ଜିଲ୍ଲାରେ ଗୁରୁବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଟପିଥିବା ବେଳେ ଡାଇରିଆଜନିତ ମୃତ୍ୟୁସଂଖ୍ୟା ୧୨ ଛୁଇଁଛି। ଧର୍ମଶାଳା, ଯାଜପୁରରୋଡ୍ (ବ୍ୟାସନଗର), ଦାନଗଦୀ, ସୁକିନ୍ଦା, କୋରେଇ, ରସୁଲପୁର, ଦଶରଥପୁର ବ୍ଲକ୍ ସମେତ ଅନ୍ୟ ଅଞ୍ଚଳକୁ ଡାଇରିଆ ବ୍ୟାପିଛି। ଏବେ ସୁଦ୍ଧା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯଯାତି କେଶରୀ ମେଡିକାଲ କଲେଜ ହସ୍ପିଟାଲ ସମେତ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୨୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।
ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ଆଭାସୀ ମାଧ୍ୟମରେ ପ୍ରତ୍ୟେକ ଗାଁରେ ଜଳଉତ୍ସ ସଫା କରିବା ସହ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୪/୫ଟି ପଞ୍ଚାୟତକୁ ନେଇ ଜଣେ ଲେଖାଏଁ ନୋଡାଲ୍ ଅଫିସର ନିୟୋଜିତ ରହି ଏହି କାର୍ଯ୍ୟକୁ ତଦାରଖ କରିବେ।
ଭ୍ରାମ୍ୟମାଣ ସ୍ବାସ୍ଥ୍ୟଟିମ୍ ସମ୍ବେଦନଶୀଳ ଅଞ୍ଚଳରେ ପହଞ୍ଚି ଚିକିତ୍ସା ସୁବିଧା ଯୋଗାଇ ଦେବେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ରହିଥିବା ସୂଚନା ଦିଆଯାଇଛି। ମୁଖ୍ୟ ଚିକିତ୍ସାଳୟରେ ଏବେ ୧୧୨ ଜଣ ରୋଗୀ ଥିବାବେଳେ ଗତ ରାତିରେ ୧୮ ଜଣ ନୂଆ ରୋଗୀ ଭର୍ତ୍ତି ହୋଇଛନ୍ତି। ଯାଜପୁର ଟାଉନ, ବ୍ୟାସନଗର ପୌରାଞ୍ଚଳରେ ଥିବା ହୋଟେଲ ଓ ମିଷ୍ଟାନ୍ନଭଣ୍ଡାରଗୁଡ଼ିକ ଯାଞ୍ଚ କରାଯାଉଛି। ବାସିଖାଦ୍ୟ ବିକୁଥିବା ଦୋକାନକୁ ସିଲ୍ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାରେ ଗୁରୁବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଟପିଥିବା ବେଳେ ଡାଇରିଆଜନିତ ମୃତ୍ୟୁସଂଖ୍ୟା ୧୨ ଛୁଇଁଛି। ଧର୍ମଶାଳା, ଯାଜପୁରରୋଡ୍ (ବ୍ୟାସନଗର), ଦାନଗଦୀ, ସୁକିନ୍ଦା, କୋରେଇ, ରସୁଲପୁର, ଦଶରଥପୁର ବ୍ଲକ୍ ସମେତ ଅନ୍ୟ ଅଞ୍ଚଳକୁ ଡାଇରିଆ ବ୍ୟାପିଛି। ଏବେ ସୁଦ୍ଧା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯଯାତି କେଶରୀ ମେଡିକାଲ କଲେଜ ହସ୍ପିଟାଲ ସମେତ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୨୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ଆଭାସୀ ମାଧ୍ୟମରେ ପ୍ରତ୍ୟେକ ଗାଁରେ ଜଳଉତ୍ସ ସଫା କରିବା ସହ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
୪/୫ଟି ପଞ୍ଚାୟତକୁ ନେଇ ଜଣେ ଲେଖାଏଁ ନୋଡାଲ୍ ଅଫିସର ନିୟୋଜିତ ରହି ଏହି କାର୍ଯ୍ୟକୁ ତଦାରଖ କରିବେ। ଭ୍ରାମ୍ୟମାଣ ସ୍ବାସ୍ଥ୍ୟଟିମ୍ ସମ୍ବେଦନଶୀଳ ଅଞ୍ଚଳରେ ପହଞ୍ଚି ଚିକିତ୍ସା ସୁବିଧା ଯୋଗାଇ ଦେବେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ରହିଥିବା ସୂଚନା ଦିଆଯାଇଛି। ମୁଖ୍ୟ ଚିକିତ୍ସାଳୟରେ ଏବେ ୧୧୨ ଜଣ ରୋଗୀ ଥିବାବେଳେ ଗତ ରାତିରେ ୧୮ ଜଣ ନୂଆ ରୋଗୀ ଭର୍ତ୍ତି ହୋଇଛନ୍ତି। ଯାଜପୁର ଟାଉନ, ବ୍ୟାସନଗର ପୌରାଞ୍ଚଳରେ ଥିବା ହୋଟେଲ ଓ ମିଷ୍ଟାନ୍ନଭଣ୍ଡାରଗୁଡ଼ିକ ଯାଞ୍ଚ କରାଯାଉଛି। ବାସିଖାଦ୍ୟ ବିକୁଥିବା ଦୋକାନକୁ ସିଲ୍ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି।












Click it and Unblock the Notifications