୬୧ ଦିନର କଟକଣା ପରେ ଆରମ୍ଭ ହେଲା ମାଛଧରା
ପାରାଦ୍ୱୀପ: ୬୧ ଦିନ ପରେ ହଟିଲା ମାଛ ଧରା କଟକଣା । ଆଜିଠୁ ଆରମ୍ଭ ହେବ ମାଛଧରା, ନଦୀ, ସମୁଦ୍ର ମୁହାଣରୁ ମାଛଧରା ଆରମ୍ଭ । ରାଜ୍ୟର ସାମୁଦ୍ରିକ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ସରକାରଙ୍କ କଟକଣା ପାଇଁ ଦୀର୍ଘ ଦିନ ହେବ ବନ୍ଦ ଥିଲା ମାଛ ଧରା । ଏପ୍ରିଲ ୧୫ରୁ ଜୁନ୍ ୧୪ ଯାଏଁ ମାଛଧରା କଟକଣାରୁ ଲାଗୁ ହୋଇଥିଲା ।

ସୂଚନା ଅନୁସାରେ, ମାଛ ବଂଶ ବୃଦ୍ଧିକୁ ନେଇ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା । ପ୍ରଜନନ ଋତୁରେ ମାଛବଂଶ ବୃଦ୍ଧି ଉଦ୍ଦେଶ୍ୟରେ ଓମ୍ଫ୍ରା ଆଇନ ବଳରେ ଏପ୍ରିଲ ୧୫ରୁ ଜୁମ୍ ୧୪ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରିଥିଲେ ସରକାର । ତେବେ ୬୧ ଦିନ ପରେ କଟକଣା ହଟିବାରୁ ବେଶ୍ ଖୁସ ଅଛନ୍ତି ମତ୍ସ୍ୟଜୀବୀମାନେ । କଟକଣା ହଟିବା ପରେ ଆରମ୍ଭ ହୋଇଛି ମାଛ ଧରା ।












Click it and Unblock the Notifications