ବାଲିଯାତ୍ରା 2022: ବ୍ୟବସାୟୀଙ୍କ ପାଇଁ ଜାଗା ଆଲଟମେଣ୍ଟ ନୋଟିସ ଜାରି
ଦୀର୍ଘ ଦୁଇ ବର୍ଷ ପରେ ସିଲଭର ସିଟିରେ ଆୟୋଜିତ ହେବାକୁ ଯାଉଛି ପ୍ରସିଦ୍ଧ ବାଲିଯାତ୍ରା। ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଆସନ୍ତା ନଭେମ୍ବର 8 ରୁ 14 ତାରିଖ ପର୍ଯ୍ୟନ୍ତ ମହାନଦୀ କୂଳରେ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହେବ।
କଟକ: ଦୀର୍ଘ ଦୁଇ ବର୍ଷ ପରେ ସିଲଭର ସିଟିରେ ଆୟୋଜିତ ହେବାକୁ ଯାଉଛି ପ୍ରସିଦ୍ଧ ବାଲିଯାତ୍ରା। ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଆସନ୍ତା ନଭେମ୍ବର 8 ରୁ 14 ତାରିଖ ପର୍ଯ୍ୟନ୍ତ ମହାନଦୀ କୂଳରେ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହେବ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏହି ମେଳା ବୁଲିବା ପାଇଁ ଆସିଥାନ୍ତି ।


ଷ୍ଟଲ୍ ସଂଖ୍ୟା ପ୍ରାୟ 1600 କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଦୀର୍ଘ 2 ବର୍ଷ ବ୍ୟବଧାନରେ ବାଲିଯାତ୍ରା ହେବାକୁ ଯାଉଛି, ତେଣୁ ଲୋକଙ୍କ ଭିଡ ନିହାତି ଭାବରେ ଅଧିକ ରହିବ , ତେଣୁ ଭିଡ ନିୟନ୍ତ୍ରଣ ପାଇଁ ଟ୍ରାଫିକ ମ୍ୟାନେଜମେଣ୍ଟ ଓ ପାର୍କିଂ ପାଇଁ ନିର୍ଦ୍ଧିଷ୍ଟ ବ୍ୟବସ୍ଥା କରିବା ଲାଗି ଅଧିକ ଗୁରୁତ୍ଵ ଦିଆଯାଇଛି।












Click it and Unblock the Notifications