ବାଲିପାଟଣା ଯୁବକଙ୍କ ମୃତ୍ୟୁ ପୂର୍ବରୁ ସାଙ୍ଘାତିକ ବୟାନ, ବାପା, ଭାଇ ଜାଳି ଦେଇଥବା ଯୁବକଙ୍କ ଅଭିଯୋଗ
ଆଖିବୁଜିଲେ ଜୀବନ ହରିବାକୁ ଉଦ୍ୟମ କରିଥିବା ଯୁବକ । ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ଆଖିବୁଜିଲେ ରାଜଧାନୀ ଉପକଣ୍ଠ ବାଲିପାଟଣାରେ ପୋଡ଼ି ହୋଇଥିବା ଯୁବକ ଜ୍ୟୋତିରଞ୍ଜନ ମାଠିଆ । କାଲି ନିଆଁ ଲାଗି ପୁରା ଶରୀର ଜଳିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମସ ସ୍ଥାନାନ୍ତର କରାଯାଇଥିଲା ।

ତେବେ ମୃତ୍ୟୁ ପୂର୍ବରୁ ବିସ୍ଫୋରକ ବୟାନ ଦେଇଛନ୍ତି ଜ୍ୟୋତିରଞ୍ଜନ । ତାଙ୍କ ବାପା ମା ଏବଂ ଭାଇ ତାଙ୍କୁ ପେଟ୍ରୋଲ ଢାଳି ଜାଳିଦେଇଥିବା ସେ ଅଭିଯୋଗ କରିଛନ୍ତି। ଜମିବାଡ଼ି ଭାଗ ବଣ୍ଟାକୁ କେନ୍ଦ୍ର କରି ଏଭଳି ଘଟିଥିବା ପ୍ରାଥମିକ ସୂଚନା ମିଳିଛି । ବାଲିପାଟଣା ପୋଲିସ ତଦନ୍ତ ଜାରି ରଖିଛି । ସାବତ ମାଆକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଗତକାଲି ବାପା ଏବଂ ଭାଇଙ୍କୁ ପୋଲିସ ଅଟକ ରଖିଥିଲା ।












Click it and Unblock the Notifications