Get Updates
Get notified of breaking news, exclusive insights, and must-see stories!

ଦୀପାବଳିରେ 'ଟିମ୍ ଖଟି'ର ନିଆରା ପ୍ରୟାସ, ବାଣ ବଦଳେ ଫୁଟାଇବା ହସ

ବାଣ ବଦଳେ ଫୁଟାଇବା ହସ । ଠୋ ଠା କରି ବାଣ ଫୁଟାଇବା ବଦଳରେ କୁନା କୁନିଙ୍କ ମୁହଁରେ ଟିକେ ଫୁଟାଇବା ମୁରୁକି ହସ । ଏମିତି କିଛି ନିଆର ଚିନ୍ତାଧାର ସହ ନିଜର ଦୀପାବଳି ପାଳନ କରିଛନ୍ତି ବାଲିଚନ୍ଦ୍ରପୁର ସ୍ଥିତ ଯୁବଗୋଷ୍ଟୀ ସଙ୍ଘ (ଟିମ୍ ଖଟି) ।

ଯାଜପୁର: ବାଣ ବଦଳେ ଫୁଟାଇବା ହସ । ଠୋ ଠା କରି ବାଣ ନ ଫୁଟାଇ କୁନା କୁନିଙ୍କ ମୁହଁରେ ଫୁଟାଇବା ଟିକେ ମୁରୁକି ହସ । ଏମିତି କିଛି ନିଆର ଚିନ୍ତାଧାର ସହ ନିଜର ଦୀପାବଳି ପାଳନ କରିଛନ୍ତି ବାଲିଚନ୍ଦ୍ରପୁର ସ୍ଥିତ ଯୁବଗୋଷ୍ଟୀ ସଙ୍ଘ (ଟିମ୍ ଖଟି) । ଦୀର୍ଘ ଦୁଇବର୍ଷ ପରେ କରୋନା ପ୍ରକୋପ କମିଥିବା ବେଳେ ବାଣ ଫୁଟାଇବାକୁ ମିଳିଛି ସୁଯୋଗ । ମାତ୍ରା ରାସୟନିକ ବାଣକୁ ନା କହି, ସ୍ଥାନୀୟ ଅନାଥ ଆଶ୍ରମରେ ଏହି କୁନି କୁନି ଶିଶୁଙ୍କ ସହ ଦୀପାବଳି ପାଳନ କରିଛନ୍ତି 'ଟିମ୍ ଖଟି' ର କର୍ମକର୍ତ୍ତାମାନେ ।

Diwali 2022

ଯାଜପୁର ଜିଲ୍ଲା ବଡଚଣା ବ୍ଲକରେ ଥିବା 'ଆମ ଘର' ନାମକ ଏକ ଅନାଥାଶ୍ରମରେ ରୁହନ୍ତି 15ରୁ ଉର୍ଦ୍ଧ୍ୱ ପିଲା । ଦୀପାବଳୀ ଅବସରରେ ଏମାନଙ୍କୁ ସୁଖିଲା ଖାଦ୍ୟ, ଫଳମୂଳ, କ୍ୟାଣ୍ଡେଲ ବଣ୍ଟନ କରିଛି ସଙ୍ଘ 'ଟିମ୍ ଖଟି' । ବିଦ୍ୟା ଫାଉଣ୍ଡେସନ ଦ୍ବାରା ପରିଚାଳିତ ଅନାଥ ଆଶ୍ରମର କର୍ମକର୍ତ୍ତାମାନେ ଯୁବଗୋଷ୍ଟୀଙ୍କ ଏହି ପ୍ରୟାସକୁ ଭୁରି ପ୍ରଶଂସା କରିଛନ୍ତି । ତେବେ ସଂଘ ଟିମ୍ ଖଟିର ସଭାପତି ପବିତ୍ର କୁମାର ସାହୁ କହିଛନ୍ତି ଯେ, ଆଗାମୀ ଦିନରେ ଆମର ଏମିତି ପ୍ରୟାସ ଜାରି ରହିବ । ଆମ ଟିମ୍ ଅନେକ ସମୟରେ ଏହି ପରି ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟିତ । ଆଜିର ଏହି କାର୍ଯ୍ୟକ୍ରମରେ ସଙ୍ଘର ଅନ୍ୟ ସଦସ୍ୟ ଅଜିତ୍, ସୌମ୍ୟଜିତ୍, କୈବଲ୍ୟ, ସ୍ମାରକ, ଜ୍ୟୋତି, ସିପୁ, ସାଗର, ପଙ୍କଜ୍, ସୋନୁ, ପ୍ରବୀର, ଚିକୁ ପ୍ରମୁଖ ସାହଯ୍ୟର ହାତ ବଢାଇଥିଲେ ।

Balichandrapur Youth Team Khati
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+