ଆଜି ମହାପ୍ରଭୁଙ୍କ ବଳିବାମନ ବେଶ, ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ

ଆଜି ମହାପ୍ରଭୁଙ୍କ ବଳିବାମନ ବେଶ, ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ

ପୁରୀ: ଆଜି ମହାପ୍ରଭୁଙ୍କର ବଳିବାମନ ବେଶ । ଗତକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସଂପନ୍ନ ହୋଇଥିଲା । ଆଜି ଶ୍ରୀଜଗନ୍ନାଥ ବାମନ ରୂପୀ ବାଳକ ବେଶରେ ତନ୍ନ ସିଂହାସନରେ ଉଭା ହେବେ । ସେହିପରି ବଡ଼ ଭାଇ ବଳଭଦ୍ର ରାଜବେଶ ଧାରଣ କରିବେ ଓ ମା'ସୁଭଦ୍ରା ସାଧାରଣ ବେଶରେ ସଜିତ ହେବେ । ଆଜି ମଧ୍ୟାନ୍ନ ଧୂପ ଲାଗି ହେବା ପରେ ମହାପ୍ରଭୁ ବାମନ ବେଶରେ ବିଭୂଷିତ ହେବେ । ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେବ ।

Puri.srimandira

କ'ଣ ପାଇଁ ପାଳନ ହୁଏ ମହାପ୍ରଭୁଙ୍କର ବଳିବାମନ ବେଶ
ଭଗବାନ ବିଷ୍ଣୁଙ୍କର ୧୦ ଅବତାର ମଧ୍ୟରୁ ବାମନ ଅବତାର ଅନ୍ୟତମ । ଏହା ବିଷ୍ଣୁଙ୍କର ପଞ୍ଚମ ଅବତାର । ଶୁକ୍ଳ ପକ୍ଷ ତ୍ରୟୋଦଶୀ ଦିନ ମଧ୍ଯାହ୍ନ ଧୂପ ପରେ ଶ୍ରୀଜଗନ୍ନାଥଙ୍କୁ ବାମନରୂପ ବାଳକ ବେଶରେ ସଜ୍ଜିତ କରାଯାଇଥାଏ । ଭଗବାନ ବିଷ୍ଣୁ ବାମନ ରୂପରେ ଜନ୍ମ ନେଇ ବଳି ମହାରାଜାଙ୍କୁ ନିଜ ପାଦ ତଳେ ଚାପି ଦେଇଥିଲେ । ଯେଉଁଥି ପାଇଁ ଶହ ଶହ ବର୍ଷ ଧରି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କର ବଳିବାନ ବେଶ ଅନୁଷ୍ଠିତ ହୋଇ ଆସୁଛି । ଯାହା ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ଏବି ବେଶ ଦର୍ଶନ କରି ପାରେବେ ଭକ୍ତ ।

Puri.srimandira

ମହାପ୍ରଭୁଙ୍କର ବଳିବାମନ ବେଶ ନୀତି
ଆଜି ଶ୍ରୀଜଗନ୍ନାଥ ବଟୁ ବ୍ରାହ୍ମଣ ବେଶ ଧାରଣ କରିବେ । ଦ୍ୱିପହର ଧୂପ ଲାଗି ହେବା ପରେ ମହାପ୍ରଭୁ ବାମନ ବେଶରେ ବିଭୂଷିତ ହେବେ । ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେବ । ମହାପ୍ରଭୁ ଶ୍ରୀଭୂଜ, ଶ୍ରୀପୟର ଓ କିରୀଟରେ ଅଭୁଷିତ ହେବେ । ଶ୍ରୀଜଗନ୍ନାଥଙ୍କ ଶ୍ରୀଭୂଜର ବାମ ହସ୍ତରେ ଛତା ଓ ଡାହାଣ ହସ୍ତରେ କୁଶବଟୁ ଗଡୁ ଧରାଯାଇ ଏକ ବାମନରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ଭୂଷିତ କରାଯାଏ । ପୁଷ୍ପାଳକ ସେବକମାନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଏପରି ବେଶରେ ସଜାଇଥାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+