ବାଲିଯାତ୍ରାକୁ ମିଳିବନି ଜାତୀୟ ଉତ୍ସବ ମାନ୍ୟତା
Cuttack Bali Jatra: କଟକ ଐତିହାସିକ ବାଲିଯାତ୍ରାକୁ ମିଳିବ ନାହିଁ ଜାତୀୟ ମାନ୍ୟତା । କଳା, ସଂସ୍କୃତି, ଐତିହ୍ୟ ଏବଂ ବାଣିଜ୍ୟ ଗନ୍ତାଘର କୁହାଯାଉଥିବା ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନେଇ ଦୀର୍ଘବର୍ଷ ଧରି ଦାବି କରାଯାଉଥିଲା । ହେଲେ ଆଜି ବିଧାନସଭାରେ ତାରକା ପ୍ରଶ୍ନର ଉତ୍ତର ଦେଇ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ସ୍ପଷ୍ଟ କରିଛନ୍ତି ଯେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବ ନାହିଁ ।

ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ କହିଛନ୍ତି କୌଣସି ପର୍ବ, ଉତ୍ସବ କିମ୍ବା ମେଳାକୁ ଜାତୀୟ ମାନ୍ୟତା ଦେବାର କୌଣସି ବ୍ୟବସ୍ଥା ନାହିଁ । ତେବେ ମନ୍ତ୍ରୀଙ୍କ ଏପରି ଉତ୍ତର ଏବେ ନିରୁତ୍ସାହିତ ହୋଇ ପଡିଛନ୍ତି ରାଜ୍ୟବାସୀ ।












Click it and Unblock the Notifications