ବଢ଼ିଲା ଐତିହାସିକ ବାଲିଯାତ୍ରା ଅବଧି; ନଭେମ୍ବର ୨୩ରେ ଉଦ୍ଯାପିତ ହେବ ବାଲିଯାତ୍ରା
ବଢ଼ିଲା ଐତିହାସିକ ବାଲିଯାତ୍ରା ଅବଧି। ଲୋକଙ୍କ ଆଗ୍ରହ ଏବଂ ଉତ୍ସାହକୁ ଦେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଆଉ ଦିନକ ପାଇଁ ବୃଦ୍ଧି କରିଛନ୍ତି । ଏଣୁ ଏବେ ଏହି ଉତ୍ସବ ୯ମ ଦିନରେ ଉଦ୍ଯାପିତ ହେବ ।
ପ୍ରକାଶ ଯେ, ନଭେମ୍ବର ୧୫ କାର୍ତ୍ତିକ ପୂର୍ଣ୍ଣିମାଠାରୁ ବାଲିଯାତ୍ରା ଆରମ୍ଭ ହୋଇଛି । ଏହା ୮ଦିନ ଯାଏ ଚାଲିଥାନ୍ତା । ହେଲେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏବେ ନଭେମ୍ବର ୨୩ରେ ଏହା ଉଦ୍ଯାପିତ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ କଟକ ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରିଛନ୍ତି । ଚଳିତ ନଭେମ୍ବର ୧୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାଠାରୁ ୮ଦିନ ପର୍ଯ୍ୟନ୍ତ ଆୟୋଜିତ ଏହି ନବମ ଦିବସରେ ଉଦଯାପନ ହେବ ।












Click it and Unblock the Notifications