ଉପର ପଡ଼ିଆରେ ବି ହେବ ବାଲିଯାତ୍ରା।; ରୂପରେଖ କ'ଣ ହେବ କୋର୍ଟଙ୍କୁ ଅବଗତ କରାଯିବ
ଉପର ପଡ଼ିଆରେ ବି ହେବ ବାଲିଯାତ୍ରା। ଏନେଇ କୋର୍ଟଙ୍କୁ ସତ୍ୟପାଠ ଦିଆଯିବ କହିଲେ ଜିଲ୍ଲାପାଳ। ରୂପରେଖ କ'ଣ ହେବ କୋର୍ଟଙ୍କୁ ଅବଗତ କରାଯିବ । ଲୋକପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନ ବୈଠକରେ ନିଷ୍ପତ୍ତି। ପୂର୍ବରୁ କେବଳ ତଳ ପଡ଼ିଆରେ ବାଲିଯାତ୍ରାକୁ ନେଇ ଉଠିଥିଲା ବିବାଦ।
ଅଧିକାଂଶ ଦଳର ଲୋକ ପ୍ରତିନିଧି ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରିଥିଲେ।

ଧରାପୃଷ୍ଠକୁ ଅବତରଣ କରିଛନ୍ତି ମାଆ ଦୁର୍ଗା। ଚଳଚଞ୍ଚଳ ପୁରପଲ୍ଲୀ। ଐତିହାସିକ ସହର 'କଟକ' ସହରରେ ସାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ସରିଛି। କଟକ ଦୁର୍ଗାପୂଜା ପାଇଁ ମୁତୟନ ହେବେ୧୨୨ ପ୍ଲାଟୁନ ଫୋର୍ସ। ୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମଧ୍ୟ ସୁରକ୍ଷା ପାଇଁ ମୁତୟନ ରହିବେ।
ପୂଜା ପାଇଁ ସହରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ରହିବ। ସୁରକ୍ଷା ପାଇଁ CCTV ଓ ଡ୍ରୋନ୍ ର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ୩୯ ଟି ଏଡ୍ ପୋଷ୍ଟ ରହିବ।ଟ୍ରାଫିକ ପାଇଁ ରହିବ ସ୍ଵତନ୍ତ୍ର ବ୍ୟବସ୍ଥା।ସହର ରେ ୩୫ ଟି ପାର୍କିଂ ପ୍ଲେସ ଚିହ୍ନଟ ହୋଇଛି।
ନିରାପଦ ଏବଂ ସୁଗମ ଭାବେ ଦୁର୍ଗାପୂଜା ପାଳନ ସୁନିଶ୍ଚିତ କରିବା ପାଇଁ ସାଂସ୍କୃତିକ ପରମ୍ପରା, ସୁରକ୍ଷା ନିୟମ ଏବଂ ଟ୍ରାଫିକ୍ ପରିଚାଳନାକୁ ବିଚାରକୁ ନେଇ ଜିଲ୍ଲାପାଳଙ୍କ ମାନକ କାର୍ଯ୍ୟ ପଦ୍ଧତି କରାଯାଇଛି। ପେଣ୍ଡାଲ ଏବଂ ଶୋଭାଯାତ୍ରା ରାସ୍ତାରେ ତାର/କେବୁଲର କୌଣସି ବାଧା ଯେପରି ସୃଷ୍ଟି ନ ହୁଏ କିମ୍ବା ତାର ଝୁଲି ନ ପଡେ ତାହା ସୁନିଶ୍ଚିତ କରିବାକୁ ସମସ୍ତ କେବୁଲ ଅପରେଟରମାନଙ୍କୁ କୁହାଯାଇଛି।












Click it and Unblock the Notifications