Bali Yatra 2025: ବାଲିଯାତ୍ରାରେ ବାସୀ ଖାଦ୍ୟ ଯାଞ୍ଚ
କଟକ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲରେ ଖାଦ୍ୟ ସୁରକ୍ଷା ୟୁନିଟ ପକ୍ଷରୁ ଚଢାଉ କରାଯାଇଛି । ସିଏମସି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ନେତୃତ୍ୱରେ ବିଭିନ୍ନ ଖାଦ୍ୟ ଷ୍ଟଲ ଉପରେ ଚଢାଉ କରାଯାଇ ଖାଦ୍ୟର ମାନ ଯାଞ୍ଚ କରାଯାଇଛି । କିଛି ବାସୀ ଖାଦ୍ୟକୁ ଠାବ କରାଯାଇ ଫିଙ୍ଗିଛି ଖାଦ୍ୟ ସୁରକ୍ଷା ୟୁନିଟ୍ । ଅପମିଶ୍ରିତ ଓ ବାସୀ ଖାଦ୍ୟ ଯାଞ୍ଚ କରୁଛି ଟିମ୍ । ମାନ ଖରାପ ଥିବାରୁ ଖାଦ୍ୟକୁ ନଷ୍ଟ କରିଛି ଟିମ୍ । ବାଲିଯାତ୍ରାରେ ପ୍ରତି ସନ୍ଧ୍ୟାରେ ପ୍ରବଳ ଗହଳି ଲାଗୁଥିବା ବେଳେ ବାସୀ ଖାଦ୍ୟ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା । ଯାହାକୁ ଦୃଷ୍ଟିରେ ରଖି ସିଏମସିର ସ୍ୱାସ୍ଥ୍ୟ ବିଭାଗ ଚଢାଉ କରିଛି ।

ଜମୁଛି ବାଲିଯାତ୍ରା । ବଢୁଛି ଭିଡ଼ । ଗତକାଲି ତୃତୀୟ ସନ୍ଧ୍ୟାର ବଲିଉଡ୍ ମୁଇଜିକ୍ ନାଇଟ୍ସରେ ଝୁମିଲେ ଦର୍ଶକ । ବୈଷ୍ଣବ ପାଣି ମଞ୍ଚରେ ସମ୍ବଲପୁରୀ ତଡ଼କା ଲଚକ ମଣି ,ଏକଡ଼ା ଏକଡ଼ା, ରଙ୍ଗବତୀ, ରସବତୀ ବିଳାସ ଭଳି ଅନେକ ହିଟ୍ ଗାଇଲେ ରୁକୁ ସୁନା । ଗୀତର ତାଳେ ତାଳେ ନାଚିଲେ ପିଲାଠୁ ବୟସ୍କ । ଷ୍ଟେଜ ତଳକୁ ଆସି ଦର୍ଶକଙ୍କ ସହ ନାଚି ମତୁଆଲା କଲେ ରୁକୁ ସୁନା । ସେହିପରି ଅକ୍ଷୟ ମହାନ୍ତି ମଞ୍ଚର ବଲିଉଡ ଗାୟିକା ହର୍ଷଦୀପ କୌରଙ୍କ ଜଲୱାରେ ଫିଦା ହେଲେ ଦର୍ଶକ । ବାଲିଯାତ୍ରା ବୁଲିବା ସହ ସୁସ୍ଵାଦ୍ୟ ଖାଦ୍ୟ, କିଣାକିଣି, ଦୋଳି ଖେଳି ଭରପୁର ମଜା ଉଠାଇଛନ୍ତି ଲୋକେ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications