Get Updates
Get notified of breaking news, exclusive insights, and must-see stories!

Bali Yatra 2024: ବାଲିଯାତ୍ରାରେ ଓଡିଆ ଦର୍ଶକଙ୍କ ହୃଦୟ ଜିତିଲେ ସୋନୁ, ପାଦରୁ ଜୋତା ଖୋଲି ଗାଇଲେ ଜଗାର ଭଜନ

Bali Yatra 2024: ବାଲିଯାତ୍ରାର ପଞ୍ଚମ ସନ୍ଧ୍ୟା । ଲକ୍ଷାଧିକ ଦର୍ଶକଙ୍କ ସମାଗମ ରେ ଉଛୁଳିଥିଲା ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆ। ତେବେ ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ପ୍ରଖ୍ୟାତ ବଲିଉଡ଼ ଗାୟକ ସୋନୁ ନିଗମ। ପାଖାପାଖି ଅଢେ଼ଇ ଘଣ୍ଟା ଧରି ସୋନୁ ନିଗମଙ୍କ ନନଷ୍ଟପ ଗୀତ ରେ ଝୁମିଥିଲେ ଦର୍ଶକ। ହିନ୍ଦୀ ସହିତ ଓଡ଼ିଆ ଭଜନ ଓ ଆଧୁନିକ ଗୀତ ଗାଇଥିଲେ ସୋନୁ। ଯେତେବେଳେ ଓଡ଼ିଆ ଭଜନ ତୋ ଆଗରେ କିଛି ଧୂପ ଗୀତ ଆରମ୍ଭ କରିଥିଲେ , ସେହି ସମୟରେ ଜୋତା ଓଲ୍ହାଇ ଜଗନ୍ନାଥ ଙ୍କୁ ସମ୍ମାନ ଜଣାଇ ଗୀତ ଗାଇଥିଲେ । ଏହାପରେ ପୁଚୁକି ଗାଲି ଫେସନ ବାଲି , ସୁନେଲି ସୁନେଲି ଖରା ଗୀତ ଗାଇ ଦର୍ଶକ ଙ୍କୁ ଝୁମାଇଥିଲେ ।

ଅନ୍ୟପଟେ ସୋନୁ ଙ୍କ ଓଡ଼ିଆ ଗୀତ ଶୁଣି ବେଶ ଖୁସି ପ୍ରକଟ କରିଛନ୍ତି ଫ୍ୟାନ୍ସ। ବାଲିଯାତ୍ରାକୁ ସୋନୁ ଙ୍କ ଆସିବା ଓ ପସନ୍ଦଦାର ଗୀତ କୁ ପାଖରୁ ଶୁଣିବା ଏକ ସୌଭାଗ୍ୟର କଥା ବୋଲି କହିଛନ୍ତି ଦର୍ଶକ। ଏହାସହ ଡ୍ରୋନ ସୋ ର ମଜା ଉଠାଇଛନ୍ତି ଦର୍ଶକ ।ଅନ୍ୟପଟେ ବାଲିଯାତ୍ରା ଗୋଟିଏ ଦିନ ବୃଦ୍ଧି ପାଇଛି । ୨୨ ତାରିଖ ପରିବର୍ତ୍ତେ ୨୩ ତାରିଖ ରେ ଉଦଯାପିତ ହେବ କଟକ ଐତିହାସିକ ବାଲିଯାତ୍ରା । ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କ ଦେହାନ୍ତ ପାଇଁ ଗୋଟିଏ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ତେଣୁ ଯେଉଁ କଳାକାର ଚଳିତ ବାଲିଯାତ୍ରା ରେ କଳା ପ୍ରଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କୁ ଶେଷ ଦିନ ସୁଯୋଗ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

Bali Yatra 2024

ବାଲିଯାତ୍ରାର ପଞ୍ଚମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆକର୍ଷଣ ସାଜିଥିଲେ ବଲିଉଡ କଣ୍ଠଶିଳ୍ପୀ ପଦ୍ମଶ୍ରୀ ସୋନୁ ନିଗମ। ତୁମ୍‌ ସେ କରକେ ମିଠି ମିଠି ବାତେ, କେହେ ଦୋ ନାଁ ୟୁ ଆର ମାଇଁ ସୋନିଆ, ଗୁମ୍‌ସୁମ୍‌ ଗୁମ୍‌ସୁମ୍‌ ରେହନେ ୱାଲି, ସୋନିଓ ଓ ସୋନିଓ, ପାପା ମେରି ଜାନ୍‌, କଭି ଅଲ୍‌ବିଦା ନାଁ କେହେନା, ସୁରଜ ହୁଆ ମଧମ, ଦିଲ୍‌ ଡୁବା ତେରି ଆଖୋ ମେ ୟେ ଦିଲ୍‌ ଡୁବା, ପ୍ୟାର୍‌ ହୁଆ ଇକରାର ହୁଆ, ମେରେ ସପନୋ କେ ରାନୀ କବ ଅଏଗୀ ତୁ, ବଚନା ଏ ହସିନୋ, ଅଲ୍‌ ଇଜ୍‌ ୱେଲ, ସନ୍ଦେସେ ଆତେ ହେଁ ଭଳି ସୋନୁଙ୍କ ମନଛୁଆଁ ସଙ୍ଗୀତରେ ଦର୍ଶକ ଝୁମିଥିଲେ। ଏଥିସହ ସେ ଓଡ଼ିଆ ଗୀତ 'ନନ୍ଦିଘୋଷରେ ତୁ ଯିବୁ ମୁଁ କୋକେଇରେ ଯିବି, ତୋ ଆଖି ମୋ ଆଇନା, ପୁଚୁକି ଗାଲି' ବୋଲି ଦର୍ଶକଙ୍କୁ ମତୁଆଲା କରିଥିଲେ। ସେହିପରି ଶ୍ରୀଲଙ୍କାର ସାଂସ୍କୃତିକ ଗ୍ରୁପ୍‌ ଓ ପୁରୀ ରଙ୍ଗଶାଳା ପକ୍ଷରୁ ପାରମ୍ପରିକ ନୃତ୍ୟ ପରିବେଷିତ ହୋଇଥିଲା।

ଅପରପକ୍ଷରେ ଅକ୍ଷୟ ମହାନ୍ତି ମଞ୍ଚରେ ଓଲିଉଡ଼ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ସଙ୍ଗୀତ ପରିବେଷଣ କରିଥିଲେ। ସ୍ମୃତି ଏକ ରୂପା ଜହ୍ନ, ସେଇ ଝିଅଟି ତୁ, ଫଗୁଣରେ ଫଗୁଣ ଇତ୍ୟାଦି ମନଛୁଆଁ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ଶଶାଙ୍କ ଆନମନା କରିଥିଲେ। ସେହିପରି କଟକର ଅମୃତ ମ୍ୟୁଜିକ ପକ୍ଷରୁ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ପରିବେଷଣ କରାଯାଇଥିଲା। ପରେ ଇଜେଡ୍‌ସିସି ପକ୍ଷରୁ ଛଉନୃତ୍ୟ, ଜାତୀୟ ସାଂସ୍କୃତିକ କଳା ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ, ଭୁବନେଶ୍ୱର ଶିଳ୍ପୀକା ସୋସାଇଟି ଅଫ୍‌ କଲଚର ପକ୍ଷରୁ ପାରମ୍ପରିକ ନୃତ୍ୟ, କଟକ ମହାନଗର ନିଗମ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ଶ୍ରୀଜଗନ୍ନାଥ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ମାହାରି ନୃତ୍ୟ, ଯାଜପୁର ବିରଜା କଲଚରାଲ ଏକାଡେମୀ ଓ ସରସ୍ବତୀ କଳାକେନ୍ଦ୍ର ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+