Bali Yatra 2024: ବାଲିଯାତ୍ରା ଆସୁଥିଲେ ଏଇଠି କରିବେ ଗାଡି ପାର୍କି
ଉତ୍କଳିୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ଐତିହାସିକ କଟକ ବାଲିଯାତ୍ରା ଶୁକ୍ରବାର ସନ୍ଧ୍ୟାରେ ଆରମ୍ଭ ହୋଇଛି। ପ୍ରତିବର୍ଷ ଭଳି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଟକରେ ଏହି ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରମ୍ପରା ଅନୁଯାୟୀ ମହାନଦୀ ଜଳରେ ବୋଟ ସାହାଯ୍ୟରେ ଆସି ବୈଷ୍ଣବ ପାଣି ମଞ୍ଚରେ ଯାତ୍ରାର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ୧୪ଟି ଦେଶର ରାଷ୍ଟ୍ରଦୂତ ମଧ୍ୟ ଏହି ଉଦଘାଟନରେ ସାମିଲ ହୋଇଥିଲେ।
ଭୁବନେଶ୍ବରରୁ ନନ୍ଦନକାନନ, ବାରଙ୍ଗ, ତ୍ରିଶୁଳିଆ ଓ କାଠଯୋଡ଼ି ରିଂ ରୋଡ୍ ଦେଇ ଖାନନଗର ପଟୁ ଆସୁଥିବା ଗାଡି ବାଲିଯାତ୍ରା ପଡିଆ ଆଡକୁ ଯାଇପାରିବେ ନାହିଁ।
ବେଲଭିୟୁ ଛକରୁ ସିଡିଏ-୧୧ ଛକ ଦେଇ କୃଷକ ବଜାର ପଡ଼ିଆରେ ପାକିଂ କରିବେ।
• ସେଠାରୁ ପ୍ରଶାସନ ଦ୍ଵାରା ଯୋଗାଇ ଦିଆଯାଇଥିବା ଗାଡିରେ ବାଲିଯାତ୍ରା ପଡିଆ ଯିବେ।
• ଆଠଗଡ଼, ବାଙ୍କୀ ପଟୁ ଆସୁଥିବା ଯାନ ନରାଜ ସେତୁ ଓ ମଧୁସୂଦନ ସେତୁ ଦେଇ ବାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ଯିବେ।
• ଚହଟା ଛକରୁ କୌଣସି ଯାନ ହରିଣ ପାର୍କ ଦେଇ ବାଲିଯାତ୍ରା ପଡିଆ ଆଡକୁ ଯାଇପାରିବେ ନାହିଁ।
• ସେହି ଗାଡିଗୁଡିକ ଭୁଆସୁଣି ପଡିଆରେ ପାକିଂ କରି ସେଠାରୁ ପ୍ରଶାସନ ଗାଡି ଦ୍ୱାରା ଯିବେ।
• ହରିଣ ପାର୍କ ଛକରୁ କୌଣସି ଯାନ ସିଧା ବାଲିଯାତ୍ରା ପଡିଆ ଆଡକୁ ଯାଇପାରିବେ ନାହିଁ।
♦ ମଧୁକୁଞ୍ଜ ପାର୍କ ପାଖରୁ କୌଣସି ଗାଡି ମଧୁସୂଦନ ପାଠାଗାର ଦେଇ ସିଧା ବାଲିଯାତ୍ରା ପଡିଆ ଯାଇପାରିବେନି
•ବିଜୁ ପଟ୍ଟନାୟକ ଛକରୁ କୌଣସି ଯାନ ଦୟାଶ୍ରମ ରାସ୍ତାରେ ବାଲିଯାତ୍ରା ପଡିଆ ଆଡକୁ ଯାଇପାରିବେନି
• ଆନନ୍ଦ ଭବନ ଛକରେ ଥିବା ଖ୍ରିଷ୍ଟିଆନ୍ ପଡିଆ କିମ୍ବା ଗୋରାକବର ପଡିଆରେ ଗାଡି ପାକିଂ କରି ବାଲିଯାତ୍ରା ପଡିଆ ଯିବେ
♦ କନିକା ଛକରୁ କୌଣସି ଯାନ ସିଧା ଚଣ୍ଡୀ ଛକ ଦେଇ ବାଲିଯାତ୍ରା ଯାଇପାରିବେ ନାହିଁ
♦ ଚଣ୍ଡୀ ଛକରୁ କୌଣସି ଯାନ କନଭେଣ୍ଟ ସ୍କୁଲ ଛକ ଦେଇ ଯାଇପାରିବେ ନାହିଁ
• ସମାଜ ଅଫିସଠାରୁ କୌଣସି ଗାଡି ନାରୀ ସେବାସଦନ ଛକ ଦେଇ ସିଧା ଯାଇପାରିବେ ନାହିଁ
♦ ପିଏଚଡି ଅଫିସ୍ ଓ ଦୟାଶ୍ରମ ଛକଠାରୁ କୌଣସି ଯାନ ସିଧା ଯାଇପାରିବେ ନାହିଁ

ବାଲିଯାତ୍ରା ଆସୁଥିଲେ ଏଇଠି କରିବେ ଗାଡି ପାର୍କି
ଭୁଆସୁଣୀ ପଡିଆ, ଆନନ୍ଦଭବନ ପାଖ ଖ୍ରୀଷ୍ଟିଆନ ପଡିଆ, ଦୟାଶ୍ରମ ସାମ୍ନା ପଡିଆ, କାର୍ତ୍ତିକେଶ୍ୱରଗଡାର ବାମପଟ ପଡିଆ, କାର୍ତ୍ତିକେଶ୍ୱରଗଡାର ପଶ୍ଚିମପଟ ପଡିଆ
(କେବଳ ଦୁଇଚକିଆ), ମୁଖ୍ୟ ଚିଚାରପତିଙ୍କ ବାସଭବନ ସାମ୍ନା, ଗୋରାକବର ପଡିଆ, ବୋଷ ଇଞ୍ଜିନିୟରିଂ କଲେଜ ପାଖ ପାକିଂ ପଡିଆ, କୃଷକ ବଜାର ପଡିଆ ପାକିଂ ବିଡାନାସୀ, ମାତାମଠ ପାକିଂ ପଡିଆ












Click it and Unblock the Notifications