Get Updates
Get notified of breaking news, exclusive insights, and must-see stories!

କଟକର ଐତିହାସିକ ବାଲିଯାତ୍ରା ଆୟୋଜନକୁ ନେଇ ବଢ଼ିଲା ଦ୍ଵନ୍ଦ୍ବ, କେଉଁଠି ହେବ ବାଲିଯାତ୍ରା ?

କଟକର ଐତିହାସିକ ବାଲିଯାତ୍ରା ଆୟୋଜନକୁ ନେଇ ବଢ଼ିଲା ଦ୍ଵନ୍ଦ୍ବ । କେଉଁଠି ହେବ ବାଲିଯାତ୍ରା ? ତଳ ପଡ଼ିଆରେ ହେବ ନା ଉପର ପଡ଼ିଆରେ। ଦ୍ବନ୍ଦ୍ବ ଦୂର ପାଇଁ ଆଜି ବସୁଛି ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ। ସମ୍ପୂର୍ଣ୍ଣ ତଳ ପଡ଼ିଆରେ ବାଲିଯାତ୍ରା ଆୟୋଜନ ନେଇ ହାଇକୋର୍ଟଙ୍କ ପରାମର୍ଶ ପରେ ଆଶା ଆଶଙ୍କାରେ ବ୍ୟବସ୍ୟାୟୀ। ଉପର ପଡ଼ିଆରେ ପ୍ଲଟ ପାଇଥିବା ବ୍ୟବସାୟୀ ଏବେବି ଚିନ୍ତାରେ ଅଛନ୍ତି। ଏନେଇ ଆଜି ସମସ୍ତ ପକ୍ଷଙ୍କ ସହ ଜିଲ୍ଲା ପ୍ରଶାସନର ବୈଠକ ରହିଛି। ସମସ୍ତଙ୍କ ସ୍ବାର୍ଥକୁ ଦେଖି ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ।

ବାଲିଯାତ୍ରାକୁ ତଳ ପଡିଆରେ ଆୟୋଜନ କରିବାର କାରଣ କ'ଣ:

ଉପର ବାଲିଯାତ୍ରା ପଡ଼ିଆରେ ଶହ ଶହ ବର୍ଷ ଧରି ହୋଇ ଆସୁଛି ଐତିହାସିକ ବାଲିଯାତ୍ରା । କୁହାଯାଏ ଉପର ବାଲିଯାତ୍ରା ପଡ଼ିଆରେ ପ୍ରଥମେ ବାଲିଯାତ୍ରା ଆରମ୍ଭ ହୋଇଥିଲା । ୨୫ ବର୍ଷ ତଳେ ଏହି ବାଲିଯାତ୍ରା ତଳ ପଡିଆ ବା ମହାନଦୀ ପଠାକୁ ସଂପ୍ରସାରିତ କରାଯାଇଥିଲା । ମାତ୍ର ଏବେ ଏହା କେବଳ ତଳ ପଡ଼ିଆରେ ହେବା ନେଇ ଯଥେଷ୍ଟ ସମ୍ଭାବନା ସୃଷ୍ଟି କରିଛି । ଏହି ମାମଲାର ଶୁଣାଣି ସମୟରେ କୋର୍ଟଙ୍କୁ ଅବଗତ କରାଯାଇଥିଲା କି ଉପର ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହେଲେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେଉଛି । ବିଶେଷକରି ଟ୍ରାଫିକ ସମସ୍ୟା ଉପୁଜୁଛି । ଏପରିକି କଟକ ବଡ଼ ମେଡିକଲକୁ ଆସୁଥିବା ଆମ୍ବୁଲାନ୍ସ ପାଇଁ ସମସ୍ୟା ଦେଖାଦେଉଛି । କେବଳ ସେତିକି ନୁହେଁ, ଉଭୟ ତଳ ଏବଂ ଉପର ପଡିଆ ମଝିରେ ଥିବା ରିଂ ରୋଡ଼ରେ ପ୍ରବଳ ଗହଳି ହେଉଛି । ଏହାଦ୍ୱାରା ଦଳାଚକଟା ଆଶଙ୍କା ବି ରହିଛି । ଓଡିଶାର ନୈବାଣିଜ୍ୟ ପରମ୍ପରା, ସଂସ୍କୃତି, ଐତିହ୍ୟ ସହ ଜଡିତ ବାଲିଯାତ୍ରାକୁ ତଳ ପଡିଆରେ କରବାକୁ ଆଡ଼ଭୋକେଟ କମିଟି ପ୍ରସ୍ତାବ ଦେଇଥିଲେ । ବିଶେଷକରି ତଳ ପଡ଼ିଆରେ ବହୁ ଜାଗା ଥିବାରୁ ପୁରା ବାଲିଯାତ୍ରାକୁ ତଳ ପଡିଆରେ ଆୟୋଜନ କରିବାକୁ କମିଟି ପ୍ରସ୍ତାବ ଦେଇଥିଲେ ।

bali jatra

ବାଲିଯାତ୍ରା ଆୟୋଜନ ଉପରେ କ'ଣ କହିଥିଲେ ହାଇକୋର୍ଟ:

ଉପର ବାଲିଯାତ୍ରା ପଡିଆରେ ବାଲିଯାତ୍ରା କରିବା ପରିବର୍ତ୍ତେ କେବଳ ତଳ ବାଲିଯାତ୍ରା ପଡିଆରେ ବାଲିଯାତ୍ରା କରିବା ଉପରେ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି । ଉପର ବାଲିଯାତ୍ରା ପଡ଼ିଆରେ କେବଳ ପାର୍କିଂ ବ୍ୟବସ୍ଥା କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । କଟକ ଜିଲ୍ଳାପାଳ ଏନେଇ ବୈଠକ ଡାକି ନିଷ୍ପତ୍ତି ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଶୁଣାଣି ମଧ୍ୟରେ ଏନେଇ ବୈଠକ କରି ନିଷ୍ପତ୍ତି ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଟକ ଜିଲ୍ଳାପାଳ ଏହି ବୈଠକ ଡାକିବେ । କଟକ ଡିସିପି ଏବଂ ସିଏମସି କମିଶନର ଏହି ବୈଠକରେ ଉପସ୍ଥିତ ରହିବେ ବୋଲି, କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି କରି ଜଷ୍ଟିସ ସଙ୍ଗମ କୁମାର ସାହୁ ଏବଂ ଜଷ୍ଟିସ ଭି ନରସିଂହଙ୍କୁ ନେଇ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+