ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ଅଧିକାରୀ ନିଯୁକ୍ତ ହେଲେ ପ୍ରତାପ ଷଢ଼ଙ୍ଗୀ
ରାଜ୍ୟ ବିଜେପି ସାଙ୍ଗଠନିକ ନିର୍ବାଚନ ପ୍ରସ୍ତୁତି । ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସହ-ନିର୍ବାଚନ ଅଧିକାରୀ ଭାବେ ୩ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ହେଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଉପ ସଭାପତି ସୁକେଶି ଓରାମ ଏବଂ ସାଧାରଣ ସମ୍ପାଦକ ଯତୀନ ମହାନ୍ତି।

ରାଜ୍ୟ ବିଜେପି ସାଙ୍ଗଠନିକ ନିର୍ବାଚନ ପାଇଁ ଅଧିକାରୀ ଭାବେ ନିଯୁକ୍ତ ହେବା ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ କାର୍ଯ୍ୟାଳୟରୁ ଡାକରା ଆସିଛି। ପ୍ରତାପ ଷଡ଼ଙ୍ଗୀ ଆଜି ସନ୍ଧ୍ୟାରେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା କାଲି ବିଜେପି ଦିଲ୍ଲୀ କାର୍ଯ୍ୟାଳୟରେ ବିଜେପିର ସାଙ୍ଗଠନିକ ନିର୍ବାଚନ ପାଇଁ ହେବାକୁ ଥିବା ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।












Click it and Unblock the Notifications