ବାହାନଗା ଟ୍ରେନ୍ ଟ୍ରାଜେଡି: SCBରେ ଜଣେ ଆହତଙ୍କ ମୃତ୍ୟୁ
କଟକ: ବାହାନଗା ଟ୍ରେନ୍ ଟ୍ରାଜେଡି । କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆହତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବିହାରର ବିଜୟ ପାଶୱାନ । ବାହାନଗା ଟ୍ରେନ ଦୁର୍ଘଟଣା ପରଠାରୁ ସେ ଏସସିବି ଆଇସିୟୁରେ ଭର୍ତ୍ତି ଥିଲେ । SCBରେ ଚିକିତ୍ସାଧୀନ ଆହତଙ୍କ ମଧ୍ୟରେ ଏହା ପ୍ରଥମ ମୃତ୍ୟୁ ।

ସୂଚନା ଅନୁସାରେ, ବାହାନଗା ଟ୍ରେନ ଦୁର୍ଘଟଣା ପରେ ବିଜୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କୁ ସେଣ୍ଟ୍ରାଲ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା ହେଲେ ଆଜି ସକାଳୁ ତାଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଚିକିତ୍ସାଧୀନ ଆହତଙ୍କ ମଧ୍ୟରେ ଏହା ପ୍ରଥମ ମୃତ୍ୟୁ ।
ସୂଚନାଥାଉ ଯେ, କରମଣ୍ତଳ ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଆହୁରି ୮୧ ଜଣଙ୍କର ଏସସିବିରେ ଚିକିତ୍ସା କରାଯାଉଛି । ୧୧ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୦୦ ଅଧିକ ଯାତ୍ରୀ ଆହତ ହୋଇଥିଲେ ।












Click it and Unblock the Notifications