ବାଲେଶ୍ୱର ବାହାନଗା ରେଳ ଟ୍ରାଜେଡି: ଦୁର୍ଘଟଣା ସ୍ଥଳରୁ ଆସୁଛି ଦୁର୍ଗନ୍ଧ, ଟ୍ରେନ୍ ବଗି ଭିତରେ ରହିଛି କି ଶବ !
ବାଲେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ଏକ ସପ୍ତାହ ପୁରିବାକୁ ବସିଲାଣି । ଏହି ଦୁର୍ଘଟଣା ସାରା ବିଶ୍ୱର ଲୋକଙ୍କୁ ଚକିତ କରି ଦେଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାୟ 288 ଲୋକ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାର କିଛି ଦିନ ପରେ ବାହାନଗା ରେଳ ଷ୍ଟେସନ ଅଞ୍ଚଳରୁ ଆସୁଥିବା ଦୁର୍ଗନ୍ଧ ଲୋକଙ୍କୁ କଲବଲ କରୁଛି ।
ଲୋକମାନେ ଅଭିଯୋଗ କରିଛନ୍ତି ଯେ, ଦୁର୍ଗନ୍ଧ ଏକେ ଅଧିକ ଯେ ସେହି ରାସ୍ତା ଦେଇ ଯିବା କଷ୍ଟକର ହୋଇପଡୁଛି । ଏବେ ମଧ୍ୟ ସେହି ସ୍ଥାନରେ ମୃତ ଦେହ ରହିଯାଇଥିବାର ଅଭିଯୋଗ କରାଯାଉଛି । ଲୋକଙ୍କର ଏହି ଅଭିଯୋଗ ପରେ ଯେତେବେଳେ ରେଳବାଇ ଘଟଣାର ତଦନ୍ତ କରିଥିଲା ସେଠି କୌଣସି ମୃତଦେହ ମିଳିନଥିଲା ।

ଦକ୍ଷିଣ ପୂର୍ବ ରେଳବାଇର ସି.ଆର.ପି.ଓ ଆଦିତ୍ୟ କୁମାର ଚୌଧୁରୀ ଏହି ଘଟଣା ସମ୍ପର୍କରେ କହିଛନ୍ତି ଯେ, ଦୁର୍ଘଟଣା ସ୍ଥଳକୁ ଯାଇ NDRF ଦୁଇଥର ଯାଞ୍ଚ କରିବା ପରେ କ୍ଲିୟରାନ୍ସ ଦିଆଯାଇଥିଲା । ହେଲେ ଲୋକେ ଯେତେବେଳେ ଦୁର୍ଗନ୍ଧ ବିଷୟରେ ଅଭିଯୋଗ କରିବା ଆରମ୍ଭ କଲେ, ସେହି ସ୍ଥାନରେ ପୁଣି ଖୋଜାଖୋଜି ଆରମ୍ଭ କରାଯାଇଥିଲା ହେଲେ ଦୁର୍ଘଟଣା ସ୍ଥାନରେ କୌଣସି ମୃତ ଦେହ ମିଳିନଥିଲା ଯ
ସେ ଆହୁରି କହିଛନ୍ତି ଯେ, ୟେସନ୍ତପୁର-ହାୱଡା ଏକ୍ସପ୍ରେସରେ ପ୍ରାୟ ୪ ଟନ୍ ଅଣ୍ଡା ଲୋଡ୍ ହୋଇଥିବା ନେଇ ସୂଚନା ରହିଥିଲା ।
ଦୁର୍ଘଟଣା ପରେ ସମସ୍ତ ଅଣ୍ଡା ଭାଙ୍ଗିଯାଇଥିଲା । ବୋଧହୁଏ ସେହି ଅଣ୍ତା ଗୁଡିକ ଦୁର୍ଗନ୍ଧ ହେଉଥିବା ନେଇ ଆଶଙ୍କା କରାଯାଉଛି ।












Click it and Unblock the Notifications