ଚଳିତବର୍ଷ ଏହି ଜିଲ୍ଲାରେ ସବୁଠୁ ଅଧିକ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ କୃତକାର୍ଯ୍ୟ
Balasore News: ଆଜି ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି । ଚଳିତବର୍ଷ ବାଲେଶ୍ୱରରେ ସବୁଠୁ ଅଧିକ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ କୃତକାର୍ଯ୍ୟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରେ ପାସହାର ୯୭.୫୬ ପ୍ରତିଶତ ରହିଛି ତେବେ ପୂର୍ବବର୍ଷ ଠାରୁ ଏହା ଅଧିକ ରହିଛି ।

ସୂଚନା ଅନୁସାରେ, ଚଳିତବର୍ଷ ବାଲେଶ୍ୱର ଜିଲ୍ଲାର ୫୨୪ଟି ହାଇସ୍କୁଲରେ ମୋଟ୍ ୨୯,୯୪୬ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଯାହା ମଧ୍ୟରୁ ୨୮,୫୨୫ ଜଣ ପାସ ହୋଇଛିନ୍ତି । ଏଥର ବାଲେଶ୍ୱର ଜିଲ୍ଲାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ୧୪,୧୧୭ଜଣ ଛାତ୍ର ପାସ୍ ହୋଇଥିବା ବେଳେ ୧୪,୪୦୮ଜଣ ଛାତ୍ରୀ ପାସ ହୋଇଛନ୍ତି ।












Click it and Unblock the Notifications