ଓଡିଶା ଟ୍ରେନ୍ ଟ୍ରାଜେଡି: ୮୪ ମୃତକଙ୍କ ପରିବାରକୁ ମିଳିଲାଣି ୭ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଉଛି । ଆଜି ସକାଳ ୧୦ଟା ସୁଦ୍ଧା ୯୫ଟି ମୃତଦେହ ଚିହ୍ନଟ କରାଯାଇଛି ।

ସେମାନଙ୍କ ମଧ୍ୟରୁ ୮୪ ଜଣଙ୍କୁ କ୍ଷତିପୂରଣ ଟଙ୍କା ଦିଆଯାଇ ସାରିଲାଣି। ଏପର୍ଯ୍ୟନ୍ତ ଦୁର୍ଘଟଣା ବାବଦକୁ ପାଖାପାଖି ୬କୋଟି ୯୦ ଲକ୍ଷ ଟଙ୍କା ଦିଆଯାଇ ସରିଲାଣି ବୋଲି କହିଛନ୍ତି ରୋଳବାଇର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ବିଶ୍ଵଜିତ ସାହୁ ।

Balasore Train Accident

ତେବେ ଯଦି କୌଣସି ସମସ୍ୟା ଥାଏ ତେବେ ଜାରି ହୋଇଥିବା ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରିବାକୁ ମୁଖ୍ୟ ଲୋକ ସଂପର୍କ ଅଧିକାରୀ ସେ ଅନୁରୋଧ କରିଛନ୍ତି । ରେଲୱେ ପକ୍ଷରୁ ମୃତଦେହ ଫେରାଇବା ପାଇଁ ସମ୍ପର୍କୀୟଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ହେଲ୍ପ ଲାଇନ ନମ୍ବର୍ ୮୪୫୫୮୮୫୯୯୯ ଓ ୦୬୭୪ ୨୫୩୪୦୨୭ ଜାରି କରିଛି ବିଭାଗ । ଓଡ଼ିଶା, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଛତିଶଗଡ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରୁ ଅନେକ ଯାତ୍ରୀ ଯାତ୍ରା କରୁଥିଲେ । ୮ଟି ରାଜ୍ୟର ବିଭିନ୍ନ ସ୍ଥାନକୁ ରେଲୱେ ପକ୍ଷରୁ ମୃତକଙ୍କ ଫଟୋ ଏବଂ ମୃତ ଶରୀର ପାଖରୁ ମିଳିଥିବା ସାମଗ୍ରୀର ଫଟୋ ନେଇ ଜଣାଇବା ପାଇଁ ଚେଷ୍ଟା ଚାଲିଛି ।

ଅନ୍ୟପଟେ ଆଜି ସିବିଆଇର ୧୦ ଜଣିଆ ଦଳ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣା ପଛରେ କିଛି ଅପରାଧିକ ଷଡ଼ଯନ୍ତ୍ର ଅଛି କି ନାହିଁ, ସେନେଇ ତଦନ୍ତ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

ସୂଚନାଯୋଗ୍ୟ, ଜୁନ୍ ୨ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗାରେ ଏକା ସାଙ୍ଗରେ ୩ଟି ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ଯାହା ସାରା ଦୁନିଆକୁ ସ୍ତବ୍ଧ କରି ଦେଇଥିଲା । ଏହି ଭୟଙ୍କର ଟ୍ରେନ୍ ଟ୍ରାଜେଡିରେ ୨୭୫ ଜଣ ମୃତ୍ୟୁ ବରଣ କରିଥିବା ବେଳେ ହଜାରରୁ ଅଧିକ ଆହତ ହୋଇଥିଲେ । ଆହତ ଓ ମୃତକଙ୍କ ପରିବାରକୁ ସହାୟତ ଯୋଗାଇ ଦିଆଯାଇଛି । ସମସ୍ତ ପ୍ରକର ସହାୟତା ଯୋଗାଇ ଦେବାକୁ ପ୍ରାଥମିକତା ଦିଆଯାଇଛି ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+