ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା,ନିଜ ଆଡ଼ୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ
ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ NCWଙ୍କ ହସ୍ତକ୍ଷେପ ।ନିଜ ଆଡ଼ୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ (NCW) । ଛାତ୍ରୀ ଜଣଙ୍କ ଯୌନ ନିର୍ଯାତନା ଓ ଡିଗ୍ରୀ ହାସଲରେ ଅକୃତକାର୍ଯ୍ୟ ଧମକ ପାଇଛନ୍ତି। ବିଭାଗୀୟ ମୁଖ୍ୟ ଏପରି କାର୍ଯ୍ୟ ପାଇଁ ଆତ୍ମାହୁତି ଉଦ୍ୟମ କରିଛନ୍ତି। ୯୦% ଶରୀର ପୋଡ଼ି ଯାଇଥିବାରୁ ଅବସ୍ଥା ସଂକଟାପନ୍ନ ରହିଛି । ଓଡ଼ିଶା ଡିଜିପିଙ୍କୁ ଅନୁସନ୍ଧାନ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଲେଖିଲେ । ୩ ଦିନ ଭିତରେ କ'ଣ କାର୍ଯ୍ୟାନୁଷ୍ଠାନ ନେଲେ ଜଣାଇବାକୁ ନିର୍ଦ୍ଦେଶ ।

ବାଲେଶ୍ବର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଚାଲିଛି ଚିକିତ୍ସା। ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା। ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି। ଛାତ୍ରୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି। ତେବେ ଆଗାମୀ ୨୪ ଘଣ୍ଟା ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି। ଏପଟେ ଭୁବନେଶ୍ବର ଏମ୍ସ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ପୀଡ଼ିତାଙ୍କ ଚିକିତ୍ସାର ତଦାରଖ ପାଇଁ ୮ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି। ଏହି ୮ ଜଣିଆ ଡାକ୍ତରୀ ଟିମ୍ ପୂରା ଚିକିତ୍ସା ବ୍ୟବସ୍ଥାର ମନିଟରିଂ କରୁଛନ୍ତି। ଏହି ଘଟଣାରେ ଉଚ୍ଚଶିକ୍ଷା ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି। ଏଥି ସହିତ ସହକାରୀ ପ୍ରଫେସର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଛି।












Click it and Unblock the Notifications