ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ: ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ

ବାଲେଶ୍ୱର: ପୁଲିସ୍ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପରସ୍ପରକୁ ଢେଲା ପଥର ମାଡ଼ କରିଛନ୍ତି । ଏଥିରେ ୪ରୁ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆଜି ମଧ୍ୟାହ୍ନରେ ଏପରି ଘଟଣା ବାଲେଶ୍ୱର ଟାଉନ୍‌ରେ ଘଟିଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ।

ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ କରାଯାଇଛି । ୫ ଜଣରୁ ଅଧିକ ଏକତ୍ର ନହେବା ପାଇଁ ଅପିଲ୍ କରାଯାଇଛି । ବର୍ତ୍ତମାନ ଏହି ଗୋଷ୍ଠୀ ସଂଘର୍ଷକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରତିକ୍ରିୟା ରଖିଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲାପାଳଙ୍କ ସହ ଆଲୋଚନା କରି ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

mohan charan majhi

ମୁଖ୍ୟମନ୍ତ୍ରୀ କହିଛନ୍ତି, କୌଣସି ପରିସ୍ଥିତିରେ ଶାନ୍ତି ଶୃଙ୍ଖଳା ବ୍ୟାହତ ହେବାକୁ ଦିଆଯିବ ନାହିଁ । ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ଭାଇଚାରା ବଜାୟ ରଖିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+