ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମହୁତି ଉଦ୍ୟମ ଘଟଣା; ସୁରକ୍ଷା ମାଗିଲେ ନିଲମ୍ବିତ କଲେଜ ଅଧ୍ୟକ୍ଷ

ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମହୁତି ଉଦ୍ୟମ ଘଟଣା । ସୁରକ୍ଷା ମାଗିଲେ ନିଲମ୍ବିତ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ। ଜିଲ୍ଲାପାଳଙ୍କ ନିକଟରେ ସୁରକ୍ଷା ପାଇଁ କଲେ ନିବେଦନ। ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ କହିଲେ ଦିଲ୍ଲୀପ ଘୋଷ। କାଲିଠୁ ମୁଁ ଜିଲ୍ଲାପାଳ ଅଫିସ୍‌ରେ ରିପୋର୍ଟ କରିବି । ବଡ଼ ଘଟଣା, କାହାରି ମନରେ କଣ ଥିବ, ବିପଦ ଅଛି । ଯେହେତୁ ତଦନ୍ତ ଚାଲିଛି, ସେଥିପାଇଁ ସୁରକ୍ଷା ମାଗିଛି ।

Balasore FM College student attempts suicide

ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଘଟିଛି ହୃଦୟ ବିଦାରକ ଘଟଣା। ଜଣେ ସହକାରୀ ପ୍ରଫେସରଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଆସୁଥିବା ଛାତ୍ରୀ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ପୀଡ଼ିତା ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି। ସେ ବର୍ତ୍ତମାନ ଏମ୍‌ସ ଭୁବନେଶ୍ବରରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି।

ଘଟଣାକୁ ନେଇ ବାଲେଶ୍ବର ସହରରେ ଉତ୍ତେଜନା ପ୍ରକାଶ ପାଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି। ଏଥି ସହିତ ସହକାରୀ ପ୍ରଫେସର ଶ୍ରୀ ସାହୁଙ୍କୁ ଗିରଫ କରାଯାଇଛି।

ପୀଡ଼ିତା ଛାତ୍ରୀ ଭୋଗରାଇ ଅଞ୍ଚଳର। ‌‌ସେ ଏଫ୍‌ଏମ୍‌ କଲେଜରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଜଣେ କର୍ମକର୍ତ୍ତା। ଗତ କିଛିମାସ ହେବ ତାଙ୍କୁ ବିଏଡ୍‌ ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍‌ଓଡି) ତଥା ସହକାରୀ ପ୍ରଫେସର ସମୀର କୁମାର ସାହୁ ହଇରାଣ କରିଆସୁଥିଲେ। ତାଙ୍କୁ ଅସଦାଚରଣ ସହ ପରୋକ୍ଷରେ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିବା ନେଇ ସେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)ରେ ଜୁଲାଇ ୧ରେ ଅଭିଯୋଗ କରିଥିଲେ। ପ୍ରାୟ ୩ ଦିନ ତଳେ କମିଟି ଏ ନେଇ କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। ତେବେ, ଏଥିରେ ଅଭିଯୁକ୍ତ ଏଚ୍‌ଓଡି ସମୀର କୁମାରଙ୍କୁ ସୁହାଇଲା ଭଳି ରିପୋର୍ଟ ପ୍ରଦାନ ସହ ମାମଲାର ସମାଧାନ ପାଇଁ ଛାତ୍ରୀଙ୍କ ଉପରେ ଚାପ ପକାଯାଇଥିଲା ବୋଲି କୁହାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+