ବାହାନଗା ଷ୍ଟେସନରେ ଅଟକିବନି କୌଣସି ଟ୍ରେନ୍
ବାଲେଶ୍ୱର:ବାହାନଗା ବଜାର ଷ୍ଟେସନରେ ଏବେ ରହିବନି କୌଣସି ଟ୍ରେନ୍ । ପରବର୍ତ୍ତୀ ନୋଟିସ ଆସିବା ପର୍ଯ୍ୟନ୍ତ ଅଟକିବ ନାହିଁ କୌଣସି ଟ୍ରେନ୍ । ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣପୂର୍ବ ସିପିଆରଓ ଆଦିତ୍ୟ ଚୌଧୁରୀ । ବର୍ତ୍ତମାନ CBI ତଦନ୍ତ ଚାଲୁଥିବାରୁ ଷ୍ଟେସନର ରିଲେ ରୁମ ବନ୍ଦ ରହିଛି । ତେଣୁ ଷ୍ଟେସନରେ ବର୍ତ୍ତମାନ କୌଣସି ଟ୍ରେନ୍ ଅଟକିବ ନାହିଁ ।

ସୂଚନା ଅନୁସାରେ, ଅନ୍ୟାନ୍ୟ ଉପକରଣ ଜବତ କରିବା ସହ ଷ୍ଟେସନ ସିଲ୍ କରିଛି CBI । ରିଲେ ପ୍ୟାନେଲ୍ ସିଲ୍ ହୋଇଥିବାରୁ ପାସେଞ୍ଜର, ମେମୁ କିମ୍ବା କୌଣସି ମାଲବାହୀ ଟ୍ରେନ୍ ବାହନଗା ଷ୍ଟେସନରେ ଅଟକିବ ନାହିଁ ।
ସେହିପରି ଦକ୍ଷିଣପୂର୍ବ ସିପିଆରଓ ଆଦିତ୍ୟ ଚୌଧୁରୀ କହିଛନ୍ତି, ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୨୦ ଜଣ ଆହତ ହୋଇଛନ୍ତି ଯାହା ମଧ୍ୟରୁ ୧୬୯ ଜଣ ଗୁରୁତର ଆହୟତ ହୋଇଛନ୍ତି । ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି କିଛି ଲୋକଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ମଧ୍ୟ କରାଯାଇଛି ।
ସେ ଆହୁରି କହିଛନ୍ତି, ତଦନ୍ତ ନ ସରିବା ପର୍ଯ୍ୟନ୍ତ ବାହାନଗା ଷ୍ଟେସନରେ ଟ୍ରେନ ଅଟକିବ ନାହିଁ । ଟ୍ରେନ ଅଟକାଇବା ପାଇଁ ଅନୁମତି ମିଳିବା ପରେ ହିଁ ବାହାନଗା ଷ୍ଟେସନର ବଜାରରେ ଟ୍ରେନ ରହିବ ।












Click it and Unblock the Notifications