ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା, ସୂଚନା ଦେଲେ ବଲାଙ୍ଗିର ଏସ୍‌ପି ଅଭିଳାଷ.ଜି

ବୁର୍ଲାରେ ଅର୍ଦ୍ଧଦଗ୍ଧ ନାବାଳିକାଙ୍କ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ନାବାଳିକା । ଫିରିଙ୍ଗିମାଲରୁ ଗୁରୁତର ଅବସ୍ଥାରେ ବୁର୍ଲା ଆସିଥିଲେ । ଆଜି ସକାଳୁ ଗାଇସିଲଟ ଥାନା ଫିରିଙ୍ଗିମାଳ ଗାଁରେ ୧୩ ବର୍ଷର ନାବାଳିକାଙ୍କୁ କିଏ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା ।

Balangir SP

ନିଜ ଘର ପଛପଟ ପଡ଼ିଆରେ ନାବାଳିକା ଜଣଙ୍କ ଜଳୁଥିବାର ଦେଖିବାକୁ ପାଇଥିଲେ ପାଖ ପଡୋଶୀ । ନିଆଁ ଲିଭାଇବା ସହ ନାବାଳିକା କେମିତି ପୋଡ଼ି ହେଲେ ବୋଲି ପଚାରିଥିଲେ । ଆଉ ଜଳି ଯାଇଥିବା ନାବାଳିକା କହିଥିଲେ ତାଙ୍କ ସହ କଣ ହୋଇଛି । କେହି ଜଣେ ଝିଅ ତାଙ୍କୁ ହତ୍ୟା କରିବାକୁ ଚାହୁଥିବା ନିଜ ବୟାନରେ କହିଛନ୍ତି ନାବାଳିକା ଜଣଙ୍କ । ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୩ ବର୍ଷୀୟା ନାବାଳିକା ପୋଡ଼ିକୁ ନେଇ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି । ନାବାଳିକା ଝିଅକୁ କିଏ ଜାଳିଦେଲା ନା ସେ ନିଜେ ପୋଡ଼ି ହୋଇଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ ।

ସେପଟେ ବରଗଡ଼ ଗାଇସିଲଟ ନାବାଳିକା ପୋଡ଼ି ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ଟିମ । ବରଗଡ ଦାୟିତ୍ୱରେ ଥିବା ବଲାଙ୍ଗୀର ଏସପି ଅଭିଳାଷ ଜି. ଙ୍କ ସୂଚନା । ତିନି ଜଣ ଆଇଆଇସିଙ୍କୁ ନେଇ ଟିମ ଗଠନ । ଫିରିଙ୍ଗିମାଳ ଗାଁକୁ ଯାଇ ତଦନ୍ତ କରିବ ପୁଲିସ ଟିମ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+