ଟ୍ରକକୁ ଧକ୍କା ଦେଲା କାର୍, ୫ମୃତ
ବଲାଙ୍ଗିର: ବଲାଙ୍ଗିର ଛୁଇଁବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକକୁ ଧକ୍କା ଦେଲା କାର୍ । ଘଟଣା ସ୍ଥଳରେ କାରରେ ଥିବା ୫ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ,ବଲାଙ୍ଗୀର-ସମ୍ବଲପୁର ରାସ୍ତାରେ ଅଘଟଣ । ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା କାର୍ ।ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକମାନେ ବଲାଙ୍ଗିର ରାମଜିପଡା ଅଞ୍ଚଳର ବୋଲି ସୂଚନା ରହିଛି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications