Get Updates
Get notified of breaking news, exclusive insights, and must-see stories!

ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ, ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରି ଛାନଭିନ୍‌

ବଳଙ୍ଗା ନାବାଳିକାଙ୍କୁ ଜାଳିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଆଜି ସକାଳବେଳା ନାବାଳିକା ଜଣକ ତାଙ୍କ ସାଙ୍ଗଘରକୁ ଯାଉଥିଲେ । ଠିକ ଏତିକିବେଳେ ଏକ ବାଇକରେ ୩ ଜଣ ଦୁର୍ବୃତ୍ତ ତାଙ୍କ ସାମ୍ନାରେ ଗାଡ଼ି ଅଟକାଇ ଦେଇଥିଲେ । ଏହାପରେ ପୀଡ଼ିତାଙ୍କୁ ସେମାନେ ଡରାଧମକା କରିଥିଲେ ।

ଦୁର୍ବୃତ୍ତଙ୍କ କଥାରେ ରାଜି ନ ହେବାରୁ ୨ ଜଣ ଯୁବକ ପୀଡ଼ିତାଙ୍କୁ ଟେକିନେବା ସହ ତୃତୀୟ ଜଣକ ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି।

aiims

ପରେ ଏମ୍‌ସ ଭୁବନେଶ୍ବରରେ ଚିକିତ୍ସାଧୀନ ନାବାଳିକାର ବୟାନ ରେକର୍ଡ କରାଯାଇଛି। ପୁରୀଜିଲ୍ଲା ବଳଙ୍ଗା ଟିମ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ନାବାଳିକା ବୟାନ ଦେଇଛନ୍ତି। ୧୮୦ବିଏନ୍‌ଏସ୍‌ଏସ୍‌ରେ ବୟାନ ରେକର୍ଡ କରାଯାଇଥିବା ଜଣାଯାଇଛି। ଏହା ପୂର୍ବରୁ ନାବାଳିକାଙ୍କ ପୀଡିତାଙ୍କ ମା' ମୁହଁ ଖୋଲିଛନ୍ତି। ଆଜି ଅପରାହ୍‌ଣରେ ପୀଡ଼ିତାଙ୍କ ମା' ବଳଙ୍ଗା ଥାନାରେ ଏତଲା ଦେଇଛନ୍ତି। ପୀଡ଼ିତାଙ୍କ ମା'ଙ୍କ ଏତଲା କ୍ରମେ ପୁଲିସ ମାମଲା ରୁଜୁ କରିଛି।

ପୁରୀ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଛନ୍ତି, ଷଡ଼ଯନ୍ତ୍ର ଦିଗକୁ ତଦନ୍ତରେ ପ୍ରାଥମିକତା ଦିଆଯାଇଛି। କାରଣ କେଉଁଠୁ କିରାସିନି ଆସିଲା। ତାକୁ ବି ଅନୁଧ୍ୟାନ କରାଯାଉଛି। ସାଇବର ଏକ୍ସପର୍ଟମାନଙ୍କ ମଧ୍ୟ ସହଯୋଗ ନିଆଯାଇଛି। ସିସିଟିଭି ଫୁଟେଜ ମିଲିନି କି କେହି ଅଟକ ନାହାନ୍ତି। କେବଳ ପୀଡିତାଙ୍କ ସମ୍ପର୍କୀୟ ଓ ସାଙ୍ଗଙ୍କ ବୟାନ ରେକର୍ଡ କରାଯାଉଛି। ଆଜି ସକାଳ ୯ଟା ସମୟରେ ପୁଲିସ ଏହି ଘଟଣା ସମ୍ପର୍କରେ ଖବର ପାଇଲା। ପ୍ରାଥମିକତା ରହିଲା ପୀଡ଼ିତାଙ୍କ ଚିକିତ୍ସା। ପୀଡିତାଙ୍କ ମାଆ ବଳଙ୍ଗା ଥାନାରେ ଏଫ୍‌ଆଇଆର ଦେଇଛନ୍ତି। ପୀଡିତା ମଧ୍ୟ ବିଚାରପତିଙ୍କ ଉପସ୍ଥିତିରେ ବୟାନ ଦେଇଛନ୍ତି। ସବୁ ଦିଗକୁ ନେଇ ତଦନ୍ତ ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+