ନିଜେ ନିଜକୁ ଜାଳିଥିଲେ ବଳଙ୍ଗା ପୀଡ଼ିତା : ମୁଖ୍ୟମନ୍ତ୍ରୀ

ବଳଙ୍ଗା ପୀଡ଼ିତାଙ୍କୁ କେହି ଜାଳି ନଥିଲେ । ନିଜେ ନିଜ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇଦେଇଥିଲେ । ଆଜି ବିଧାନସଭାରେ ଏହି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଗୃହରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଥିଲେ, ଦିଲ୍ଲୀ ଏମ୍ସରେ ୧୪ ଦିନ ଚିକିତ୍ସାଧୀନ ରହିବା ପରେ ଅଗଷ୍ଟ ୨ ତାରିଖରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ପୀଡ଼ିତାଙ୍କର ନୂଆଦିଲ୍ଲୀ ସାକେତର ସାଉଥ ଡିଷ୍ଟ୍ରିକ୍ଟ କୋର୍ଟ ନମ୍ବର ୩୭ ଦ୍ୱାରା ଧାରା ୧୮୩ରେ ଜମାନବନ୍ଦୀ ରେକର୍ଡ କରାଯାଇଥିଲା । ଏହାସହ ଏମ୍ସରେ ଚିକିତ୍ସା କରୁଥିବା ଡାକ୍ତାରଙ୍କ ଦ୍ୱାରା ପିଡ଼ିତାଙ୍କ ବୟାନ ରେକର୍ଡ କରିଥିଲେ । ଉଭୟ ବୟାନରେ ପୀଡ଼ିତା କହିଥିଲେ ଯେ, ସେ ନିଜେ ନିଜ ଉପରକୁ ରିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ତଦନ୍ତ ଶେଷ କରି, ଚୂଡ଼ାନ୍ତ ରିପୋର୍ଟକୁ ମିଷ୍ଟେକ ଅଫ ଫ୍ୟାକ୍ଟ ଭାବେ ବଳଙ୍ଗା ଥାନା ତରଫରୁ ସେପ୍ଟେମ୍ବର ୧୭ ତାରିଖରେ କୋର୍ଟରେ ଦାଖଲ କରାଯାଇଛି ।

Balanchine victim burnt herself

ଗତ ଜୁଲାଇ ୧୯ ତାରିଖରେ ପୁରୀ ଜିଲ୍ଲା ନୂଆଗୋପାଳପୁରର ବଳଙ୍ଗା ଅଞ୍ଚଳରେ ପୀଡ଼ିତାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ । କହିଥିଲେ କେତେ ଜଣ ଅଜଣା ବ୍ୟକ୍ତି ତାଙ୍କ ଝିଅଙ୍କୁ ବଳପୂର୍ବକ ନଦୀ କୂଳକୁ ନେଇ କିରୋସିନ ଓ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ସ୍ଥାନୀୟ ଗ୍ରାମବାସୀ ପୀଡ଼ିତାଙ୍କୁ ପୋଡିଯାଇଥିବା ଅବସ୍ଥାରେ ପିପିଲି ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ସେହି ଦିନ ହିଁ ପୀଡ଼ିତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଜୁଲାଇ ୨୦ ତାରିଖ ଦିନ ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ବଳଙ୍ଗା ଘଟଣା ବେଶ ରାଜନୈତିକ ହଟଚମଟ ସୃଷ୍ଟି କରିଥିଲା । ଏବେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବଳଙ୍ଗା ପୀଡ଼ିତାଙ୍କୁ କେହି ହତ୍ୟା କରି ନାହାଁନ୍ତି, ନିଜେ ନିଜକୁ ମାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+