ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ:୧୫ଦିନ ଧରି ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା
ଜୀବନ ଓ ମୃତ୍ୟୁ ସହ ୧୫ଦିନ ଧରି ସଂଗ୍ରାମ କରିବା ପରେ ବଳଙ୍ଗା ପୀଡ଼ିତା ଶେଷରେ ଆଖି ବୁଜିଛନ୍ତି। ଦିଲ୍ଲୀ ଏମ୍ସରୁ ତାଙ୍କ ମୃତଦେହ ଆସିବା ପରେ ସୋମବାର ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୀଡ଼ିତାଙ୍କ ବାୟାବର ଗାଁ କବରସ୍ତାନରେ କବର ଦିଆଯାଇଛି। ଗାଁରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟ, ପୁରୀ ଜିଲା ବଳଙ୍ଗା ପୀଡ଼ିତାଙ୍କୁ ତିନି ଜଣ ଦୁର୍ବୃତ୍ତ ଅପହରଣ କରି ଜୀବନ୍ତ ପୋଡ଼ିଦେଲେ। ତାଙ୍କୁ ପ୍ରଥମେ ଭୁବନେଶ୍ୱର ଏମ୍ସ ଓ ପରେ ଦିଲ୍ଲୀ ଏମ୍ସ ଅଣାଯାଇଥିଲା ତା' ଜୀବନ ବଞ୍ଚାଇବା ପାଇଁ। କିନ୍ତୁ ଶନିବାର ରାତିରେ ଦିଲ୍ଲୀ ଏମ୍ସରେ ପୀଡ଼ିତା ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଏହାକୁ ନେଇ ରାଜନୀତି ଜୋର ଧରିଛି।













Click it and Unblock the Notifications