ଭୁବନେଶ୍ବର AIIMSରୁ ଦିଲ୍ଲୀକୁ ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା; କିଛି ଘଣ୍ଟା ମଧ୍ୟରେ ଏୟାରଲିଫ୍ଟ
AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ। ଭୁବନେଶ୍ବର AIIMSରୁ ଦିଲ୍ଲୀକୁ ଏୟାରଲିଫ୍ଟ ହେବେ ପୀଡ଼ିତା।
କିଛି ଘଣ୍ଟା ମଧ୍ୟରେ ଦିଲ୍ଲୀ AIIMSକୁ ହେବେ ଏୟାରଲିଫ୍ଟ । ଡାକ୍ତରୀ ଟିମ୍ ସହ ପୀଡ଼ିତାଙ୍କ ପରିବାର ଲୋକଙ୍କ ଆଲୋଚନା । ଦିଲ୍ଲୀ AIIMS ସହ ଏୟାରଲିଫ୍ଟ ନେଇ ଯୋଗାଯୋଗ ସରିଛି । ଏନେଇ ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ।

ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ନାବାଳିକା ଜଣକ ଗୁରୁତର ଅବସ୍ଥାରେ ଭୁବନେଶ୍ୱର AIIMS ବର୍ଣ୍ଣ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷେ ଶନିବାର ରାତିରେ AIIMS ବର୍ଣ୍ଣ ୱାର୍ଡ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ AIIMS ବର୍ଣ୍ଣ ୱାର୍ଡ ପରିସରକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା ସହ ୧୬୩ ଧାରା ଲାଗୁ କରାଯାଇଛି।
ଏପରିକି ସମ୍ପୂର୍ଣ୍ଣ ଅଞ୍ଚଳକୁ ଖାଲି କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଭାଜପା-ବିଜେଡି-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଏପରିକି ବିରୋଧୀ ସରାକାରଙ୍କ ବିରୋଧରେ ନାରାବାଜି କରିଛନ୍ତି। ଅନ୍ୟପକ୍ଷେ ସୁରକ୍ଷାକୁ ଦୃଷ୍ଟିରେ ରଖି AIIMS ପରିସରରେ ୩ ପ୍ଲାଟୁନୁ ପୋଲିସ ଫୋର୍ସ ମୁତୟନ କରାଯାଇଛି।












Click it and Unblock the Notifications