ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା: ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ଓଡ଼ିଶା ଅଣାଯିବ ମରଶରୀର

୧୫ ଦିନ ଧରି ଜୀବନ ସହ ଲଢୁଥିଲେ । ଦିଲ୍ଲୀ ଏମ୍‌ସର ଡାକ୍ତରୀ ଟିମ୍‌ ଦିନ ରାତି ଏକ୍‌ କରି ଚିକିତ୍ସା ଚଳାଇଥିଲେ । କିନ୍ତୁ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା । ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ଆଜି ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ହେବ । ଦିଲ୍ଲୀ ଏମ୍‌ସରେ ରାତିବେଳା ଶବ ବ୍ୟବଚ୍ଛେଦ ନିୟମ ନ ଥିବାରୁ ଆଜି ସକାଳୁ ଶବ ବ୍ୟବଚ୍ଛେଦ କରାଯିବ । ଏହାପରେ ତାଙ୍କ ମର ଶରୀର ଓଡ଼ିଶା ଅଣାଯିବ ବୋଲି ସୂଚନା ମିଳିଛି ।

ଗତ ୧୯ ତାରିଖରେ ସମ୍ପର୍କୀୟଙ୍କ ଘରକୁ ଯିବାବେଳେ ପୀଡ଼ିତାଙ୍କ ସହ ଏହି ବର୍ବରୋଚିତ ଅଘଟଣ ଘଟିଥିଲା । ପୁରୀ ଜିଲ୍ଲା ବଳଙ୍ଗା ଥାନା ବାୟାବର-ହରିପୁର ରାସ୍ତାର ତେରହଳ ଗାଁ ନଦୀ ବନ୍ଧ ତଳେ ତିନି ଦୁର୍ବୃତ୍ତ ତାଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇଥିଲେ ବୋଲି ସେ ନିଜେ ଅଭିଯୋଗ କରିଥିଲେ । ତାଙ୍କ ଶରୀରର ୭୫% ପୋଡ଼ି ଯାଇଥିଲା । ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଓ ପଛ ପାଶ୍ୱର୍ରେ ଗଭୀର ଜ୍ୱାଳା(ଡିପ୍‌ ବର୍ଣ୍ଣ) ସୃଷ୍ଟି ହୋଇଥିଲା । ତାଙ୍କୁ ପ୍ରଥମେ ପିପିଲି ହସ୍ପିଟାଲ ଓ ପରେ ଏମ୍‌ସ ଭୁବନେଶ୍ୱରକୁ ଅଣାଯାଇଥିଲା ।

Balanga patient death incident

ଏମ୍‌ସ୍‌ ଭୁବନେଶ୍ୱରେ ଭର୍ତ୍ତି ସମୟରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା । ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଏମ୍‌ସ କର୍ତ୍ତୃପକ୍ଷ ୧୪ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଢ଼ିଥିଲେ । ପୀଡ଼ିତାଙ୍କୁ ଆହୁରି ଅଧିକ ଉନ୍ନତ ଚିକିତ୍ସା ପାଇଁ ସରକାର ସମସ୍ତ ତତ୍ପରତା ଦେଖାଇଥିଲେ । ୨୦ ତାରିଖରେ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ଏମ୍‌ସକୁ ପଠାଇଥିଲେ । ବର୍ଣ୍ଣ ଆଇସିୟୁରେ ଭର୍ତ୍ତି କରି ଚିକିତ୍ସା ଚାଲିଥିଲା । ୨୧ ତାରିଖରେ ପୀଡ଼ିତାଙ୍କ ସ୍କିନ୍‌ ଟ୍ରାନ୍ସପ୍ଲାଣ୍ଟ୍‌ ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିଲା । କେନ୍ଦ୍ରମନ୍ତ୍ରୀଙ୍କଠାରୁ ନେଇ ଉପମୁଖ୍ୟମନ୍ତ୍ରୀ ଓ ବିଜେପି ସାଂସଦମାନେ ଦିଲ୍ଲୀ ଏମ୍‌ସ ଯାଇ ଡାକ୍ତରୀ ଟିମ୍‌ ସହ ଆଲୋଚନା କରିଥିଲେ । ପୀଡ଼ିତାକୁ ସୁସ୍ଥ କରିବାକୁ ପୂରା ସରକାରୀ ଦଳ ଲାଗି ପଡ଼ିଥିଲା । କିନ୍ତୁ ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ପ୍ରାଣ ହରାଇଛନ୍ତି । ପୀଡ଼ିତାଙ୍କୁ ଏୟାରଲିଫ୍ଟ କରିବା ଠାରୁ ନେଇ ତାଙ୍କ ଚିକିତ୍ସା ବାବଦରେ ଖର୍ଚ୍ଚ ହୋଇଥିବା ୬ଲକ୍ଷ ଟଙ୍କାକୁ ରାଜ୍ୟ ସରକାର ବହନ କରିଥିଲେ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମସ୍ତ ଚିକିତ୍ସା ଖର୍ଚ୍ଚ ହୋଇଥିଲା ।

ରବିବାର ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ହେବ । ଦିଲ୍ଲୀ ଏମ୍‌ସରେ ରାତିବେଳା ଶବ ବ୍ୟବଚ୍ଛେଦ ନିୟମ ନ ଥିବାରୁ ରବିବାର ସକାଳୁ ଶବ ବ୍ୟବଚ୍ଛେଦ କରାଯିବ । ଏହାପରେ ତାଙ୍କ ମର ଶରୀର ଓଡ଼ିଶା ଅଣାଯିବ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଟ୍ୱିଟ୍‌ କରି ପୀଡ଼ିତାଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କରିଛନ୍ତି । ବଳଙ୍ଗା ଘଟଣାରେ ପୀଡ଼ିତା ଝିଅର ମୃତ୍ୟୁରେ ମୁଁ ଗଭୀର ମର୍ମାହତ । ସରକାରଙ୍କ ସମସ୍ତ ପ୍ରୟାସ ଓ ଡାକ୍ତରୀ ଟିମ୍‌ର ଅହୋରାତ୍ର ଚେଷ୍ଟା ସତ୍ତେ୍ୱ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲାନି । ଏହି ଅପୂରଣୀୟ କ୍ଷତି ସହିବାକୁ ତାଙ୍କ ପରିବାରକୁ ଶକ୍ତି ଦେବାକୁ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ନାବାଳିକାଙ୍କ ମୃତ୍ୟୁ ଖବର ଶୁଣି ଦୁଃଖିତ ଓ ମର୍ମାହତ ବୋଲି ସେ କହିଛନ୍ତି ।

ରାଜ୍ୟପାଳ ଡା. ହରିବାବୁ କମ୍ଭମପାଟି, ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଗଭୀର ଶୋକ ଜଣାଇଛନ୍ତି। ସବୁ ଚେଷ୍ଟା ସତ୍ତେ୍ୱ ଆମେ ତାଙ୍କୁ ବଞ୍ଚାଇ ପାରିନଥିବାରୁ ଦୁଃଖିତ ବୋଲି ରାଜ୍ୟପାଳ କହିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି । ଘଟଣାକୁ ନେଇ ମୁଁ ବ୍ୟଥିତ ବୋଲି ସେ କହିଛନ୍ତି ।

କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍‌ ଏହି ଘଟଣାର ତଦନ୍ତ କରୁଥିଲା । କ୍ରାଇମ୍‌ବ୍ରାଞ୍ଚର ୫ ଜଣିଆ ଟିମ୍‌, ସ୍ପେଶାଲ ବ୍ରାଞ୍ଚର ୧୦ ଜଣିଆ ଟିମ୍‌, ସ୍ପେଶାଲ ସ୍କ୍ୱାଡ୍‌ର ୩ଟି ଟିମ୍‌ ଘଟଣାର ତଦନ୍ତ କରିଥିଲେ । ତଦନ୍ତକାରୀ ଦଳ ଏକାଧିକ ଥର ଭୁବନେଶ୍ୱର ଏମ୍‌ସ ଓ ଦିଲ୍ଲୀ ଏମ୍‌ସକୁ ଯାଇ ଚିକିତ୍ସାଧୀନ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲେ । ତଦନ୍ତ ବେଳେ ପରିବାର ସଦସ୍ୟଙ୍କ ସମେତ ସନ୍ଦେହ ଘେରରେ ଆସୁଥିବା ପ୍ରାୟ ୭୦ ଜଣଙ୍କ ବୟାନ ରେକର୍ଡ ହୋଇଥିଲା ।

ପୀଡ଼ିତାଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ ହୋଇଥିବା ସ୍ଥାନରୁ କିରାସିନି ବୋତଲ ଓ ବୋତଲ ଭର୍ତ୍ତି ହୋଇଥିବା ବ୍ୟାଗ୍‌ ସାଙ୍ଗକୁ, ଚୁଡ଼ି, ମୁଦି, ଚପଲ ଓ ପୋଡ଼ି ଯାଇଥିବା ପୋଷାକକୁ ସାଇଣ୍ଟିଫିକ୍‌ ଟିମ୍‌ ଜବତ କରିଥିଲା । ପୀଡ଼ିତାଙ୍କ ମୃତ୍ୟୁ ଖବର ପାଇ ବିଜେପି ସାଂସଦମାନେ ତତ୍କାଳ ଏମ୍‌ସ ଦିଲ୍ଲୀରେ ପହଞ୍ଚିଥିଲେ । ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ । ବିଜେଡି ସାଂସଦମାନେ ବି ଏମ୍‌ସକୁ ଯାଇ ପୀଡ଼ିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ସାଂସଦ ସସ୍ମିତ ପାତ୍ର, ମୁନ୍ନା ଖାଁ, ସୁଲତା ଦେଓ, ନିରଞ୍ଜନ ବିଶି ସେଠାରେ ପହଞ୍ଚିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+