ବଳଙ୍ଗା ମାମଲା ; ରାଜନୀତି ଠାରୁ ଦୂରେଇ ରଖିବାକୁ ଭାବବିହ୍ୱଳ ହୋଇ ଅନୁରୋଧ କଲେ ପୀଡ଼ିତାଙ୍କ ବାପା

ଦିଲ୍ଲୀ ଏମ୍ସରେ ମୃତ ବଳଙ୍ଗା ପୀଡ଼ିତା ବାପା ଓ ଦାଦାଙ୍କ ପ୍ରତିକ୍ରିୟା । ରାଜନୀତି ଠାରୁ ଦୂରେଇ ରଖିବାକୁ ଭାବବିହ୍ୱଳ ହୋଇ ଅନୁରୋଧ କଲେ। ଆମେ କାହାକୁ ଦୋଷ ଦେବାକୁ ଚାହୁଁନୁ, ଝିଅ ଆମ ଭାଗ୍ୟରେ ନଥିଲା' । ଝିଅର ମୃତ୍ୟୁ ପରେ ଆମେ ବହୁତ ଡିପ୍ରେସନରେ ଅଛୁ, ରାଜନୀତି ନ କରାଯାଉ' ।

Balanga case
ସରକାର ଯାହା କରିବା କଥା ସବୁ କରିଛନ୍ତି, ମୁଁ ସେଥିରେ ସନ୍ତୁଷ୍ଟ' ।ଚିକିତ୍ସାରେ ବି କୌଣସି ଅବହେଳା ହୋଇନି, ମୁଁ ଭାବୁଛି ଝିଅ ମୋ ଭାଗ୍ୟରେ ନଥିଲା' । ସମସ୍ତେ ସମସ୍ତଙ୍କ ବାଟରେ ଠିକ୍ ଅଛନ୍ତି, କାହାକୁ ଦୋଷ ଦେବାକୁ ଚାହୁଁନୁ' । ଏହି ଘଟଣାରେ ପୁଲିସ ପକ୍ଷରୁ ନିଷ୍ଠାର ସହ ତଦନ୍ତ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନଥିବା ସ୍ପଷ୍ଟ ହୋଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ନାବାଳିକା ପୋଡ଼ି ଘଟଣାରେ କାହାର ସମ୍ପୃକ୍ତି ନାହିଁ। ଯେଉଁ ତିନିଜଣ ଅଭିଯୁକ୍ତଙ୍କ କଥା କୁହାଯାଉଥିଲା ତାହା ମିଛ । ତେବେ ଅଭିଯୁକ୍ତ କିଏ ? ପୀଡ଼ିତା କ'ଣ ଆତ୍ମହତ୍ୟା ଉଦ୍ୟମ କରିଥିଲେ ? ନା କେହି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା ? ତଦନ୍ତର ଶେଷ ପର୍ଯ୍ୟାୟରେ ଏହି ସବୁ ଲୋକଙ୍କୁ ପୁଲିସ ଖୋଜିବ ବୋଲି କୁହାଯାଉଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+