ବୈପାରୀଗୁଡ଼ା IIC ସୁଶାନ୍ତ ଶତପଥୀଙ୍କ ଘରୁ ମିଳିଲା ୩୭ ଲକ୍ଷ ଟଙ୍କା
କଟକ: କନଷ୍ଟେବଳରୁ ଥାନାଧିକାରୀ ହୋଇଥିବା ବୈପାରୀଗୁଡ଼ା IIC ସୁଶାନ୍ତ ଶତପଥୀଙ୍କ ଘରୁ ମିଳିଲା ଟଙ୍କା ଗୋଦାମ । କଟକ ବକ୍ସିବଜାର କ୍ୱାର୍ଟର୍ସରୁ ୨୯ ଲକ୍ଷ ୭୭ ହଜାର ଜବତ କରିଛି । ଏପର୍ଯ୍ୟନ୍ତ ଭିସିଲାନ୍ସ ଆଇଆଇସିଙ୍କଠାରୁ ୩୭ ଲକ୍ଷ ଟଙ୍କା ଜଗତ କରିଛି । ସେହିପରି ଗତକାଲି ୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ତେବେ ଜବତ ହୋଇଥିବା ଟଙ୍କାକୁ ବର୍ତ୍ତମାନ ମେସିନ୍ ସାହାଯ୍ୟରେ ଗଣାଯାଉଛି ।

ସୂଚନାଥାଉ ଯେ, ଏକ ଘରୋଇ ବସରେ କଟକ ଆସୁଥିବା ସମୟରେ ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିୱା ଭିଜିଲାନ୍ସ । ଯେଉଁ ସମୟରେ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା ସେହିପରି ତାଙ୍କ ଚାମ୍ବରରୁ ୮୦ ହଜାର ଏବଂ ତାଙ୍କ କଟକ ବକ୍ସିବଜାର ସ୍ଥିତ କ୍ୱାର୍ଟର୍ସରୁ ୨୫ ଲକ୍ଷ ଟଙ୍କା ମିଳିଥିଲା ।
ବର୍ତ୍ତମାନ ବୈପାରୀଗୁଡ଼ା ଥାନା ଅଧିକାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି । ବୈପାରୀଗୁଡ଼ା ଥାନାରେ ସେ ୫ ମାସ ହେଲା ଆଇଆଇସି ଭାବେ ଯୋଗ ଦେଇଥିଲେ । ତେବେ ଏତେ ଟଙ୍କା ସେ କେଉଁଠୁ ଆସିଲା ଏବଂ କୁଆଡେ ନେଉଥିଲେ ତାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଆଇଆଇସି । ଗତ ଏକ ମାସ ହେବ ଭିଜିଲାନ୍ସ ସ୍କାନରରେ ରହିଛି IIC ।












Click it and Unblock the Notifications