ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ, ଘରୁ ମିଳିଲା ୨୫ ଲକ୍ଷ ଟଙ୍କା
Baipariguda IIC Sushant Satpathy Caught In Vigilance: ଭିଜିଲାନ୍ସ ଜାଲରେ ବୈପାରୀଗୁଡ଼ା IIC ସୁଶାନ୍ତ ଶତପଥୀ । ଏକ ଘରୋଇ ବସରେ କଟକ ଆସୁଥିବା ସମୟରେ ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିୱା ଭିଜିଲାନ୍ସ । ଯେଉଁ ସମୟରେ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା ସେହିପରି ତାଙ୍କ ଚାମ୍ବରରୁ ୮୦ ହଜାର ଏବଂ ତାଙ୍କ କଟକ ବକ୍ସିବଜାର ସ୍ଥିତ କ୍ୱାର୍ଟର୍ସରୁ ୨୫ ଲକ୍ଷ ଟଙ୍କା ମିଳିଥିବା ନେଇ ସୂଚନା ରହିଛି ।
ଭିଡିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, IICଙ୍କ ପାଖରୁ ଜବତ ହୋଇଥିବା ଟଙ୍କାରେ ୫ ଶହ ଟଙ୍କିଆ ଏବଂ ଅନ୍ୟାନ୍ୟ ନୋଟ୍ ରହିଛି । ଗତରାଲି IICଙ୍କ ବୈପାରିଗୁଡ଼ା ଘର ଏବଂ ଅଫିସରୁ ପ୍ରାୟ ୭.୫ ଲକ୍ଷ ଟଙ୍କା ମିଳିଥିଲା ।

ବର୍ତ୍ତମାନ ବୈପାରୀଗୁଡ଼ା ଥାନା ଅଧିକାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି । ବୈପାରୀଗୁଡ଼ା ଥାନାରେ ସେ ୫ ମାସ ହେଲା ଆଇଆଇସି ଭାବେ ଯୋଗ ଦେଇଥିଲେ । ତେବେ ଏତେ ଟଙ୍କା ସେ କେଉଁଠୁ ଆସିଲା ଏବଂ କୁଆଡେ ନେଉଥିଲେ ତାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଆଇଆଇସି । ଗତ ଏକ ମାସ ହେବ ଭିଜିଲାନ୍ସ ସ୍କାନରରେ ରହିଛି IIC ।












Click it and Unblock the Notifications