ଡିସେମ୍ବର ୧୨ ଯାଏଁ ବୈକୁଣ୍ଠଧାମ ଆଶ୍ରମ ଭଙ୍ଗାଯାଇ ପାରିବନି: ହାଇକୋର୍ଟ
କଟକ: ଭୁବନେଶ୍ବର ଖଣ୍ଡଗିରି ବାରିସ୍ଥିତ ବିବାଦୀୟ ବୈକୁଣ୍ଠଧାମ୍ ଆଶ୍ରମ ଉଚ୍ଛେଦ ପ୍ରସଂଗରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ବୈକୁଣ୍ଠନାଥଧାମ୍ ସେବାଶ୍ରମ ଟ୍ରଷ୍ଟ ପକ୍ଷରୁ ଦାୟର ମାମଲାର ହାଇକୋର୍ଟ ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସାଧାରଣ ପ୍ରଶାସନ ବିଭାଗ ଇଷ୍ଟେଟ ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍,
ଭୁବନେଶ୍ବର ଉପଜିଲ୍ଲାପାଳ, ତହସିଲଦାର, ଡିସିପି, ବିଡିଏ, ବିଏମସି, ଭରତପୁର ଥାନା ଆଇଆଇସି ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଘାଟିକିଆ ମୌଜାର ଖାତା ନମ୍ବର ୨୩୩୩, ପ୍ଲଟ ନମ୍ବର ୧୨୧୫ରେ ନିର୍ମିତ ଆଶ୍ରମକୁ ୨୦୨୪ ଡିସେମ୍ବର ୧୨ ତାରିଖ ଯାଏଁ ଭଙ୍ଗାଯାଇପାରିବନି ବୋଲି ହାଇକୋର୍ଟ କହିଛନ୍ତି।

ଆସନ୍ତାକାଲି (ଶୁକ୍ରବାର) ଦିନ ପୂର୍ବାହ୍ଣରେ ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବା ନେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଘୋଷଣା କରିଥିଲା। ଜିଏ, ବିଡିଏ ଓ କମିସନରେଟ୍ ପୁଲିସର ମିଳିତ ଉଦ୍ୟମରେ ଏହି ଆଶ୍ରମକୁ ଭଙ୍ଗାଯିବ ବୋଲି କହିଥିଲା। ଏହି ଆଶ୍ରମ ମାଟିରେ ମିଶିବା ପୂର୍ବରୁ ବିଡିଏ କଡ଼ା ନିର୍ଦ୍ଦେଶ ଜାରି କରିଥିଲା। ଆଶ୍ରମ ଖାଲି କରିବା ପାଇଁ ମାଇକ୍ ମାଧ୍ୟମରେ ଘୋଷଣା କରିଥିଲା।












Click it and Unblock the Notifications