ଆସନ୍ତାକାଲି ଭଙ୍ଗା ହେବ ବୈକୁଣ୍ଠ ଆଶ୍ରମ
ଭୁବନେଶ୍ୱର : ଭରତପୁର ଥାନା ଅଧୀନ ଖଣ୍ଡଗିରିବାରି ଅଞ୍ଚଳରେ ଥିବା ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍କି ଅବତାର କହି ପାଦ ଉପରେ ତୁଳସୀ ଥୋଇ ପୂଜା କରିବା ଘଟଣା ଏବେ ଭିନ୍ନମୋଡ଼ ନେବାରେ ଲାଗିଛି। ଶୁକ୍ରବାର ସକାଳ ୮ଟାରେ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମକୁ ଭାଙ୍ଗିବାକୁ ବିଡିଏ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଉଚ୍ଛେଦ ପୂର୍ବରୁ ଏ ନେଇ ମାଇକରେ ଘୋଷଣା କରାଯାଇଛି । ଆଶ୍ରମ ଭିତରେ ଥିବା ସାମଗ୍ରୀ କାଢି ନେବାକୁ ଏଥିରେ କୁହାଯାଇଛି । ୧୪୦ଡିସିମିଲ ସରକାରୀ ଜମି ଅଛି ଜବରଦଖଲ । ଘାଟିକିଆ ମୌଜାରେ ରହିଛି ୨ ଟି ପ୍ଲଟ ।
ପ୍ରକାଶ ଯେ, ଗତ କିଛି ଦିନ ହେବ ରାଜଧାନୀରେ ଉଭା ହୋଇଥିବା କୁନି ବାବାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଥିଲା । ଆଶ୍ରମ ଲୋକେ କହୁଥିଲେ ଇୟେ ହେଉଛନ୍ତି କଳିଯୁଗର ବାବା। ନାଁ ତାଙ୍କର କଳକୀ ଭଗବାନ। ଏହି ନାବାଳକ ଜଣଙ୍କ ହେଉଛନ୍ତି ଖଣ୍ଡଗିରି ବାସିନ୍ଦା କାଶୀନାଥ ମିଶ୍ରଙ୍କ ପୁଅ ଅନନ୍ତ ମାଧବ। ପୁଅକୁ ଜଗନ୍ନାଥଙ୍କ ଅବତାର ବୋଲି ଅପପ୍ରଚାର କରୁଛନ୍ତି କାଶୀନାଥ। ମାଧବଙ୍କୁ ବାବା ସଜେଇ ଲୋକଙ୍କଠୁ କରୁଛନ୍ତି ରୋଜଗାର। ଯାହାକି ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବେ ମର୍ମାହତ କରିଥିଲା । ଏହାକୁ ବିରୋଧ କରି ଭରତପୁର ରାଜ୍ୟ ସମାଜସେବୀ ମହାସଂଘ ଥାନାର ଦ୍ୱାରସ୍ଥ ହୋଇଥିଲେ।

। ଏହା ପରେ ବିଏମ୍ସି ଓ ବିଡିଏ ତତ୍ପର ହୋଇଥିଲା। ଦୁଇ ଦିନ ତଳେ ପ୍ରଶାସନ ଆଶ୍ରମରେ ମାପଜୁପ କରିଥିଲେ। ମାପଚୁପ ପରେ ଆଶ୍ରମ ସରକାରୀ ଜମିରେ ତିଆରି ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ଆଶ୍ରମ ଭାଙ୍ଗିବା ପାଇଁ ବିଡିଏ ଘୋଷଣା କରିଛି।












Click it and Unblock the Notifications