ବୈକୁଣ୍ଠ ନାଥ ଆଶ୍ରମ ମାମଲା, ଏମିତି କହିଲେ ହାଇକୋର୍ଟ

ଭୁବନେଶ୍ୱର ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରାମର ବେଆଇନ ନିର୍ମାଣ ଭଙ୍ଗାଯିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରହିଛି। ଭୁବନେଶ୍ୱର ଘାଟିକିଆ ମୌଜାର ଖାତା ନଂ 2333ର ପ୍ଲଟ ନଂ 1215 ଉପରେ ଥିବା ବୈକୁଣ୍ଠ ଧାମ ଆଶ୍ରମର ନିର୍ମାଣ ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଗତ ମାସ 21 ତାରିଖରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ।

Baikuntha Nath Ashram

ସମ୍ପୃକ୍ତ ଜମି ଉପରେ ବୈକୁଣ୍ଠ ଧାମ ଟ୍ରଷ୍ଟ ପକ୍ଷରୁ ଯୋଗ ଶିକ୍ଷା ଦିଆଯାଉଛି ଏବଂ ସେହି ଜମିକୁ ଟ୍ରଷ୍ଟକୁ ହସ୍ତାନ୍ତର କରିବା ପାଇଁ ଗଣ ଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ସୁପାରିଶ କରାଯାଇଛି ବୋଲି ଆବେଦନକାରୀ ହାଇକୋର୍ଟରେ ଦର୍ଶାଇଥିଲେ। ସେହି ଆଧାରରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ରୋକ ଲଗାଇଥିଲେ।

ଅନ୍ୟପକ୍ଷରେ ଗଣ ଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଦିଆଯାଇଥିବା ଚିଠି ନକଲି ବୋଲି ଆଜି ସରକାରଙ୍କ ପକ୍ଷରୁ କୋର୍ଟରେ କୁହାଯାଇଥିଲା। ଏହାକୁ ସତ୍ୟପାଠ ଆକାରରେ ଦେବାକୁ ନିର୍ଦ୍ଦେଶ ଦେବା ସହ ଆସନ୍ତା ଜାନୁଆରୀ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+