ପହଞ୍ଚିଲେ ଗଜପତି, ତିନି ରଥରେ ଚାଲିଛି ଛେରା ପହଁରା
ରଥଯାତ୍ରାର ଅନ୍ୟତମ ଆକର୍ଷଣ ଗଜପତି ମହରାଜାଙ୍କ ଛେରା ପହଁରା। ତିନି ରଥରେ ଛେରା ପହଁରା କରିବେ ଗଜପତି । ଗୋଟିଏ ପରେ ଗୋଟିଏ ରଥରେ ଛେରା ପହଁରା ଆରମ୍ଭ କରିଛନ୍ତି ଗଜପତି ।
ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ଗୋଟି ପହଣ୍ଡିରେ ରଥାରୂଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥରେ ବଡଠାକୁରମାନେ ଅବସ୍ଥାନ କରିବା ପରେ ପହଞ୍ଚିଛନ୍ତି ଗଜପତି ମହାରାଜ । ତେବେ ରଥଯାତ୍ରାର ଅନ୍ୟତମ ଆକର୍ଷଣ ଗଜପତି ମହରାଜାଙ୍କ ଛେରା ପହଁରା। ତିନି ରଥରେ ଛେରା ପହଁରା କରିବେ ଗଜପତି । ଗୋଟିଏ ପରେ ଗୋଟିଏ ରଥରେ ଛେରା ପହଁରା ଆରମ୍ଭ କରିଛନ୍ତି ଗଜପତି ।

ଚାରମାଳ ଫିଟା ଓ ଘୋଡ଼ା ଲାଗିବା ୩ଟାରୁ ୪ଟା ମଧ୍ୟରେ ସରିବା ପରେ ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହେବ । ରଥଟଣା ସରିବା ପରେ ଅନ୍ୟାନ୍ୟ. ନୀତିକାନ୍ତି କରାଯିବ । ବୁଧବାର, ଦ୍ୱାଦଶୀ, ବଡ଼ ତଡ଼ାଉ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ପ୍ରାତଃ ୬ଟାରୁ ୬ଟା ୩୦ ମଧ୍ୟରେ ୩ ରଥରେ ମଙ୍ଗଳ ଆଳତି ସମ୍ପନ୍ନ ହେବ । ମଇଲମ-ତଡ଼ପଲାଗି ସକାଳ ୭ଟା, ଅବକାଶ ୮ଟା ଓ ବେଶଶେଷ ୯ଟା ସୁଦ୍ଧା ସରିବ ।












Click it and Unblock the Notifications