ରାତି ପାହିଲେ ବାହୁଡା ଯାତ୍ରା; ମହାପ୍ରଭୁଙ୍କ ଆଜି ସନ୍ଧ୍ୟା ଦର୍ଶନ କରୁଛନ୍ତି ଭକ୍ତ

ରାତି ପାହିଲେ ଶ୍ରୀଜିଉଙ୍କ ବାହୁଡା ଯାତ୍ରା । ତା ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ସନ୍ଧ୍ୟା ଦର୍ଶନ କରୁଛନ୍ତି ଭକ୍ତ ।

ଜନସମୁଦ୍ର ହୋଇଯାଇଛି ଶରଧାବାଲି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବଡ଼ଶଙ୍ଖ ଯାଏଁ ଲମ୍ବା ଲାଇନ୍। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବେ ।

ସନ୍ଧ୍ୟା ୬ଟା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ। ଆସନ୍ତାକାଲି ବାହୁଡା ଯାତ୍ରା ପାଇଁ ବହୁ ନୀତିକାନ୍ତି ଥିବାରୁ ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ କରାଯିବ ।

ଏଥିସହ ଶ୍ରୀଜୀଉଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବାହୁଡ଼ା ଯାତ୍ରା ଦିନ ରଥାରୂଢ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ ସୌଭାଗ୍ୟ ଲାଭ କରିପାରିବେ l ତେଣୁ ସନ୍ଧ୍ୟା ଦର୍ଶନ ସମ୍ପର୍କିତ ବ୍ୟବସ୍ଥା ଓ ମହାପ୍ରଭୁଙ୍କ ନୀତି ସମ୍ପାଦନରେ ସମସ୍ତ ସେବାୟତ ଓ ଶ୍ରଦ୍ଧାଳୁ ସହଯୋଗ କାମନା କରିଛି ଶ୍ରୀମନ୍ଦିର ପ୍ରଶାସନ ।

Bahuda Yatra tomorrow

ଅନ୍ୟପଟେ ଆସନ୍ତା କାଲି ବାହୁଡାରେ ଶ୍ରୀକ୍ଷେତ୍ରକୁ ଛୁଟିବ ଶ୍ରଦ୍ଧାଳୁଙ୍କ ସୁଅ । ଏନେଇ ଟ୍ରାଫିକ ବ୍ୟବସ୍ଥା କଡ଼ାକଡି କରିଛି ପୋଲିସ । ଅତିରିକ୍ତ ଡିଜି ଦୟାଲ ଗଙ୍ଗୱାର ଟ୍ରାଫିକ ପରିଚାଳନା ଦାୟିତ୍ବରେ ଥିବା ବେଳେ ଟ୍ରାଫିକ ପରିଚାଳନା ନେଇ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଟ୍ରାଫିକ ବ୍ୟବସ୍ଥା ନେଇ ଲୋକଙ୍କୁ ବଲ୍କ ମେସେଜ କରାଯିବ । କେଉଁ ସ୍ଥାନରେ ଭିଡ ରହିଛି ଡ୍ରୋନ ଓ ସିସି ଟିଭି ଫୁଟେଜ ମାଧ୍ୟମରେ ସମସ୍ତ ଫୋନକୁ ମେସେଜ ଯିବ। ଏଥିସହ ଜାତୀୟ ରାଜପଥରେ ଲାଗିଥିବା ଏଲଇଡି ମାଧ୍ୟମରେ ମଧ୍ୟ ଚାଳକ ମାନେ ସୂଚନା ପାଇ ପାରିବେ ।ସୂଚନାଯୋଗ୍ୟ, ଆଜି ପୋଲିସ ଡିଜି ୱାଇ ବି ଖୁରାନିଆ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭିଡ ନିୟନ୍ତ୍ରଣ ତଦାରଖ କରିଛନ୍ତି । ଜନ୍ମବେଦୀରେ ଶ୍ରୀଜିଉଙ୍କ ଶୃଙ୍ଖଳିତ ଦର୍ଶନର ତଦାରଖ କରିଛନ୍ତି । ସୁରକ୍ଷା ବ୍ୟବସ୍ଥା ସହ ଆଇନଶୃଙ୍ଖଳାକୁ ଗୁରୁତ୍ବ ଦେଇଛନ୍ତି । ପୋଲିସ ଡିଜିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+