Bahuda Yatra 2025: ବିଶ୍ବ ପ୍ରସିଦ୍ଧ ବାହୁଡ଼ା ଯାତ୍ରା; ଗଡ଼ିଲା ୩ ରଥ

ଆଗେ ଆଗେ ପ୍ରଭୁ ବଳଭଦ୍ର, ମଝିରେ ଭଉଣୀ ସୁଭଦ୍ରା । ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ । ଧାର୍ଯ୍ୟ ସମୟ ଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ରଥ ଟଣା ହୋଇଛି । ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । କଡ଼ା ସୁରକ୍ଷାରେ ରହିଛି ପୁରୀ ।

ଏପଟେ ବାହୁଡ଼ା ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା । ମୁତୟନ ହୋଇଛନ୍ତି ୨ଶହ ପ୍ଲାଟୁନ ଫୋର୍ସ ସହ ଅଭିଜ୍ଞ ଅଫିସର । ଭୁବନେଶ୍ବରରୁ ପୁରୀ ପ୍ରବେଶ ପଥ ଯାଏଁ ଟ୍ରାଫିକ୍ ଉପରେ ନଜର ରଖିଛି AI କ୍ୟାମେରା ଓ ଡ୍ରୋନ୍। ଟ୍ରାଫିକ୍ ଡ୍ୟୁଟିରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ।ଏହାସହ କଣ୍ଟ୍ରୋଲରୁମରୁ ମଧ୍ୟ ମନିଟରିଂ ଚାଲିଛି ଜଳ, ସ୍ଥଳ ଓ ଆକାଶମାର୍ଗ ସବୁଠି ରହିଛି କଡ଼ା ନଜର । ସେପଟେ ଶରଧାବାଲି ଲୋକାରଣ୍ୟ ରହିଥିବାବେଳେ ସୁରକ୍ଷା ବ୍ୟାପକ ବ୍ୟବସ୍ଥା ହୋଇଛି ।

Bahuda Yatra 2025

କାରଣ ଶରଧା ବାଲିରେ ପୂର୍ବରୁ ଘଟିଥିବା ଅଘଟଣ ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଆଗୁଆ ସଜାଗ ପୋଲିସ ପ୍ରଶାସନ ।ରଥଯାତ୍ରା ଅଘଟଣ ପରେ ଟ୍ରାଫିକ୍ ନିୟନ୍ତ୍ରଣଠୁ ଭକ୍ତଙ୍କ ସୁରକ୍ଷା ଯାଏଁ ସବୁ କ୍ଷେତ୍ରରେ ଆହୁରି ଯତ୍ନବାନ ହୋଇଛନ୍ତି ପୋଲିସ ଓ ପ୍ରଶାସନ। ଗତକାଲି ସନ୍ଧ୍ୟା ୬ଟାରୁ ଶେଷ ହୋଇଛି ନବମୀ ସନ୍ଧ୍ୟା ଦର୍ଶନ । ଦିନ ତମାମ ଜନ୍ମବେଦୀରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ।

ଆଜି ଜନ୍ମବେଦୀରେ ଲୀଳାଖେଳା ଶେଷ କରି ରତ୍ନବେଦୀକୁ ବାହୁଡୁଛନ୍ତି ଶ୍ରୀଜିଉ । ଆଷାଢ ଶୁକ୍ଳ ଦଶମୀ ତିଥିରେ ହୁଏ ବାହୁଡ଼ା ଯାତ୍ରା । ତେଣୁ ଆଜିର ଦିନରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଓ ଅପରାହ୍ନ ୪ଟାରେ ରଥ ଟଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ କରିଛି । ଶ୍ରୀଜିଉଙ୍କ ପାଇଁ ରଥ ଅପେକ୍ଷା କରିଥିବାବେଳେ ରଥ ଦଉଡି ଟାଣିବାକୁ ଭକ୍ତ ବି ଅପେକ୍ଷା କରି ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+