Get Updates
Get notified of breaking news, exclusive insights, and must-see stories!

Bahuda Yatra 2024: ଅପରାହ୍ନ ୪ଟାରୁ ହେବ ରଥଟଣା, ଶ୍ରୀନଅରକୁ ଫେରିବେ ମହାପ୍ରଭୁ

Bahuda Yatra 2024: ଆଜି ସରିବ ଦାରୁଦିଅଁଙ୍କ ନବଦିନାତ୍ମକ ଯାତ୍ରା । ଆଜି ପୁଣି ଭକ୍ତ ଓ ଭଗବାନଙ୍କ ହେବ ମହାମିଳନ । ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀନଅରକୁ ଫେରିବେ ଶ୍ରୀବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ଭାଇଭଉଣୀଙ୍କୁ ସାଥୀରେ ଧରି ବଡଦେଉଳକୁ ବାହୁଡିବେ କାଳିଆ ଠାକୁର । ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାରରେ ଦାରୁବ୍ରହ୍ମଙ୍କ ଅପେକ୍ଷାରେ ରହିଛନ୍ତି ତିନିଥର ।

ରଥାରୂଢ ଠାକୁରଙ୍କୁ ଦେଖି ଭାବବିହ୍ବଳ ହୋଇପଡିବେ ଭକ୍ତ । ବାହୁଡା ଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲାଣି ଭକ୍ତଙ୍କ ଗହଳି । ଦିନ ଯେତିକି ବଢିବ ଭକ୍ତ ସମାଗମ ସେତିକି ବଢିବ । ଜୟ ଜଗନ୍ନାଥ ଧ୍ବନିରେ କମ୍ପିଉଠୁଛି ଚତୁର୍ଦ୍ଦିଗ ।

ଅପରାହ୍ନ ୪ଟାରୁ ରଥଟଣା: ଆଜି ଭୋର ୪ଟାରୁ ମଙ୍ଗଳ ଆଳତି ଶେଷ ହେବା ପରେ ୫ଟାରେ ଅବକାଶ ନୀତି ଶେଷ ହୋଇଛି । ୬.୪୫ ମିନିଟରେ ସକାଳ ଧୂପ ସରିଛି । ସେହିପରି ୧୧ଟା ୩୦ରେ ଶ୍ରୀବିଗ୍ରହଙ୍କ ସେନାପଟା ଲାଗି, ୧୧.୪୫ରେ ଠାକୁରଙ୍କ ତିନି ବାଡରେ ମଙ୍ଗଳାର୍ପଣ ନୀତି, ୧୨ଟାରୁ ୨.୩୦ ମଧ୍ୟରେ ପହଣ୍ଡି, ୨.୩୦ରୁ ୩ଟା ମଧ୍ୟରେ ଛେରାପହଁରା ନୀତି ସରିବା ପରେ ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ । ଖେଚେଡି ଭୋଗ ଖାଇ ବାହୁଡା ଯାତ୍ରାରେ ବାହାରିବେ ତିନିଠାକୁର । ଧାଡି ପହଣ୍ଡିରେ ରଥକୁ ବିଜେ କରିବେ ମହାବାହୁ । ଶ୍ରୀନଅରକୁ ଫେରିବା ବେଳେ ବାଟରେ ମାଉସୀ'ମାଙ୍କ ହାତରୁ ପୋଡପିଠା ଖାଇବେ ମହାପ୍ରଭୁ । ନନ୍ଦିଘୋଷ ରଥ ଶ୍ରୀନଅରରେ ପହଞ୍ଚିଲେ ଲକ୍ଷ୍ମୀ- ନାରାୟଣ ଭେଟ ଅନୁଷ୍ଠିତ ହେବ ।

Bahuda Yatra 2024

ପୋଡପିଠା ଖାଇବେ ଜଗନ୍ନାଥ: ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ । ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ବେଳେ ମାଉସୀ ମା' ହାତରୁ ପୋଡ଼ପିଠା ଖାଇବେ ବିଶ୍ବ ନିୟନ୍ତା । ଏହି ପରମ୍ପରା କାହିଁ କେଉଁ ଯୁଗରୁ ରହିଆସିଛି । ଏଥିପାଇଁ ମାଉସୀ ମା'ଙ୍କ ମନ୍ଦିରରେ ପୋଡ଼ପିଠା ତିଆରି ଶେଷ ହୋଇଛି । ମାଉସୀ ମା'ଙ୍କ ପୂଜକ ବିଶ୍ଵନାଥ ମିଶ୍ର ଏହି ପୋଡ଼ପିଠା ପ୍ରସ୍ତୁତ କରିଛନ୍ତି । ପୋଡ଼ପିଠା ପ୍ରସ୍ତୁତି ବି ନିଆରା । ବାହୁଡା ଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+