Get Updates
Get notified of breaking news, exclusive insights, and must-see stories!

Bahuda Yatra 2024: ବାହୁଡ଼ାରେ ମାଉସୀ ମା' ହାତରୁ ପୋଡ଼ ପିଠା ଖାଇବେ ମହାପ୍ରଭୁ, ଏହିପରି ପ୍ରସ୍ତୁତ ହୁଏ ପିଠା

Bahuda Yatra 2024: କାଳିଆ ଠାକୁରର ଭାରି ପ୍ରିୟ ପୋଡପିଠା । ଖାଇବା ଶେଷରେ ପୋଡ଼ପିଠା ପରଷି ଦିଅନ୍ତି ମା' ଲକ୍ଷ୍ମୀ ଠାକୁରାଣୀ । ତେବେ ନବଦିନାତ୍ମକ ଯାତ୍ରାରେ ମାଉସୀ ମା' ଘର ଯାଇଛନ୍ତି ମହାପ୍ରଭୁ । ସାଙ୍ଗରେ ଭାଇ ବଳଭଦ୍ର ଓ ଗେହ୍ଲି ଭଉଣୀ ସୁଭଦ୍ରାଙ୍କୁ ନେଇଛନ୍ତି ।

ବଡ ଖିଆର ମନ ଜାଣି ମାଉସୀ ମା' ଘରେ ବି ଚାଲିଛି ପୋଡପିଠା ପ୍ରସ୍ତୁତି । ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ବେଳେ ମାଉସୀ ମା' ହାତରୁ ଏହି ପୋଡ଼ପିଠା ଖାଇବେ ବିଶ୍ବ ନିୟନ୍ତା ।

ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ । ଏହି କ୍ରମରେ ରଥଯାତ୍ରାରେ ମହାପ୍ରଭୁ କାଳିଆ ଠାକୁର ନିଜ ଜନ୍ମସ୍ଥାନ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି । ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା'ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବେ ।

ଏହି ପରମ୍ପରା କାହିଁ କେଉଁ ଯୁଗରୁ ରହିଆସିଛି । ଏଥିପାଇଁ ମାଉସୀ ମା'ଙ୍କ ମନ୍ଦିରରେ ପୋଡ଼ପିଠା ତିଆରି ଶେଷ ହୋଇଛି । ମାଉସୀ ମା'ଙ୍କ ପୂଜକ ବିଶ୍ଵନାଥ ମିଶ୍ର ଏହି ପୋଡ଼ପିଠା ପ୍ରସ୍ତୁତ କରିଛନ୍ତି । ପୋଡ଼ପିଠା ପ୍ରସ୍ତୁତି ବି ନିଆରା ।

Bahuda Yatra

କେମିତି ତିଆରି ହୁଏ କାଳିଆ ପାଇଁ ପୋଡପିଠା:

ମାଉସୀ ମାଆ ମନ୍ଦିରର ପୂଜକ ବିଶ୍ଵନାଥ ମିଶ୍ର କହିଛନ୍ତି ଯେ, ପୋଡ଼ ପିଠା ପ୍ରସ୍ତୁତ ପୂର୍ବରୁ ଅଟାରେ ଛେନା, ଚିନି, ପିସ୍ତା ବାଦାମ, ଅଳେଇଚ,ଲବଙ୍ଗ, ଦେଶୀ ଘିଅ ଆଦି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ ହୋଇଥାଏ । ଏହାକୁ ଚକଟା ଯାଇ ପୋଡ଼ପିଠା ଆକାରରେ ଚୁଲିରେ ବସାଯାଇ ବାମ୍ଫରେ ସିଝିବାକୁ ଦିଆଯାଇଥାଏ । ପ୍ରାୟ ୮ ଘଣ୍ଟା ବାମ୍ଫରେ ସିଝିବା ପରେ ଏହାକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଆଯାଏ ।

ଥଣ୍ଡାହେବା ପରେ ଖଣ୍ଡ ଖଣ୍ଡ କରି କାଟି ଏହାକୁ ପୁନର୍ବାର ଦେଶୀ ଘିଅରେ ଛଣା ଯାଇଥାଏ । ପରେ ତିନି ଠାକୁରଙ୍କୁ ତିନିଟି କୁଡୁଆରେ ସମର୍ପଣ କରାଯାଇଥାଏ । ତେବେ ଯଦିଓ ଏହାର ନାମ ପୋଡ଼ ପିଠା ରହିଛି ଏହାକୁ କିନ୍ତୁ ପୋଡ଼ାଯାଏ ନାହିଁ । ଏହାକୁ ବାମ୍ଫରେ ସିଝା ଯାଇ ଘିଅରେ ଛଣା ଯାଇ ପ୍ରସ୍ତୁତ କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+