ବାହୁଡ଼ି ଆସିଲେ ତିନି ଠାକୁର, ସିଂହଦ୍ୱାର ସମ୍ମୁଖରେ ଲାଗିଲା ୩ ରଥ
ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ି ଆସିଲେ ତିନି ଠାକୁର । ଜନ୍ମ ଦେବୀରେ ଲିଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ି ଆସିଲେ ଶ୍ରୀଜିଉ । ସିଂହଦ୍ୱାର ସମ୍ମୁଖରେ ଲାଗିଲା ୩ ରଥ । ସଂଧ୍ୟା ୬ଟା ୪୩ରେ ସିଂହଦ୍ୱାର ସାମ୍ନାରେ ଲାଗିଲା ନନ୍ଦିଘୋଷ । ଆସନ୍ତାକାଲି ଅନୁଷ୍ଠିତ ହେବ ସୁନାବେଶ ।

ଆଜି ବାହୁଡାଯାତ୍ରା ପାଇଁ ସଅଳ ନୀତି ହୋଇଥିଲା । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରଥମେ ପହଞ୍ଚିଥିଲା ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ଏହାପରେ ପହଞ୍ଚିଥିଲା ଦେବୀ ସୁଭଦ୍ରଙ୍କ ଦର୍ପଦଳନ ରଥ । ଶେଷରେ ଆସିଥିଲେ ଜଗତରନାଥ ଜଗନ୍ନାଥ । ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଆସିବା ବେଳେ ବାଟରେ ଅଟକିଥାନ୍ତି ରଥାରୁଢ ଠାକୁର । ମାଉସୀ ମାଆ ମନ୍ଦିର ପାଖରେ ଅଟକି ପୋଡ ପିଠା ଖାଇବା ପରେ ଶ୍ରୀ ନଅର ପାଖରେ ଅଟକନ୍ତି ଜଗନ୍ନାଥ । କାରଣ ଏଠାରେ ହୁଏ ଲକ୍ଷ୍ମୀ-ନାରାୟଣ ଭେଟ । ଗଜପତି ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ଲକ୍ଷ୍ମୀ- ନାରାୟଣଙ୍କ ଭେଟ ହୋଇଛି ।
ତେବେ ବାହୁଡା ଯାତ୍ରାର ନିର୍ଘଣ୍ଟ ନୀତି ଅନୁଯାୟୀ ସକାଳ ଆଠଟାରୁ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା । ପରମ୍ପରା ଅନୁଯାୟୀ ସମସ୍ତ ନୀତି ସୁଙ୍ଖଳିତ ଭାବେ ଶେଷ ହୋଇଛି । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ ପ୍ରଥମେ ଟଣା ହୋଇଥିଲା ବେଳେ ପଛେ ପଛେ ଗଡି ଚାଲିଛି ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ।












Click it and Unblock the Notifications