ଆଜି ବାହୁଡା ଯାତ୍ରା, ରତ୍ନବେଦୀକୁ ବାହୁଡିବେ ଶ୍ରୀଜୀଉ
ଆଜି ଜନ୍ମବେଦୀରୁ ସିଂହଦ୍ବାର ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ବଡି ଭୋରୁ ଆରମ୍ଭ ହୋଇଛି ନୀତି । ଗୁଣ୍ଡିଚା ମନ୍ଦିର ସାମନାରେ ପ୍ରସ୍ତୁତ ତ୍ରିରଥ । ଆଉ କିଛି ସମୟ ପରେ ପହଣ୍ଡି ହୋଇ ରଥାରୂଢ କରାଯିବ ଠାକୁରମାନଙ୍କୁ ।
ପୁରୀ: ଆଜି ଜନ୍ମବେଦୀରୁ ସିଂହଦ୍ବାର ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ବଡି ଭୋରୁ ଆରମ୍ଭ ହୋଇଛି ନୀତି । ଗୁଣ୍ଡିଚା ମନ୍ଦିର ସାମନାରେ ପ୍ରସ୍ତୁତ ତ୍ରିରଥ । ଆଉ କିଛି ସମୟ ପରେ ପହଣ୍ଡି ହୋଇ ରଥାରୂଢ କରାଯିବ ଠାକୁରମାନଙ୍କୁ । ଏନେଇ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

ମହାପ୍ରଭୁଙ୍କର ଏହି ବାହୁଡା ଯାତ୍ରାର ଏକ ଅନନ୍ୟ ପରମ୍ପରା ହେଉଛି ମାଉସୀ ମା' ଅର୍ଦ୍ଧ୍ବଶ୍ବଶିନୀ ବା ଅର୍ଦ୍ଧାଶିନୀଙ୍କ ପୋଡ଼ପିଠା । ଯେତେବେଳେ ନନ୍ଦିଘୋଷ ରଥ ବଳଗଣ୍ଡି ନିକଟତର ହୁଏ ସେତେବେଳେ ମାଉସୀ ମା'ଙ୍କ ମନ୍ଦିର ନିକଟରେ ରଥ କିଛି ସମୟ ଅଟକିଯାଏ । ଆଉ ମାଉସୀ ଅର୍ଦ୍ଧାଶିନୀଙ୍କ ଦ୍ଵାରା ପ୍ରସ୍ତୁତ ସ୍ବତନ୍ତ୍ର ପୋଡ଼ ପିଠା ସେବନ କରନ୍ତି ମହାପ୍ରଭୁ ।












Click it and Unblock the Notifications