ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି, ଅପରାହ୍ନରୁ ଆରମ୍ଭ ହେବ ରଥଟଣା
ଧାଡି ପହଣ୍ଡିରେ ଠାକୁର ମାନଙ୍କୁ ରଥାରୂଢ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅଛନ୍ତି ତିନିରଥ । ଶରଧାବାଲିରେ ଜମିଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ।
ପୁରୀ: ଆଜି ମହାପ୍ରଭୁଙ୍କର ପବିତ୍ର ବାହୁଡା ଯାତ୍ରା । ଜଗତର ନାଥ ଜଗନ୍ନାଥଙ୍କ ସମେତ, ଭଉଣୀ ସୁଭଦ୍ରା, ବଡ଼ ଭାଇ ବଳଭଦ୍ର ନଅଦିନର ଯାତ୍ରା ସାରି ଗୁଣ୍ଡିଚା ମନ୍ଦିରରୁ ବାହୁଡି ଆସିବେ ସିଂହଦ୍ବାରକୁ । ଆଜିର ବାହୁଡା ନାତି ବଡି ଭୋରୁ ଆରମ୍ଭ ହୋଇଥିଲା । ଧାଡି ପହଣ୍ଡିରେ ଠାକୁର ମାନଙ୍କୁ ରଥାରୂଢ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅଛନ୍ତି ତିନିରଥ । ଶରଧାବାଲିରେ ଜମିଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ । ହରିବୋଲ, ହୁଳହୁଳି ଏବଂ ଘଣ୍ଟଘଣ୍ଟା ଧ୍ବନିରେ ପ୍ରକମ୍ପିତ ଚାରିଦିଗ । ତେବେ ଏହି ପହଣ୍ଡି ବିଷୟରେ କଣ ରହିଛି ପରମ୍ପରା ଆସନ୍ତୁ ଜାଣିବା ।

ଆଜି ଅପରାହ୍ନ ସାଢେ 2ଟାରୁ 3ଟା 30ମଧ୍ୟରେ ଛେରା ପହଁରା କରାଯାଇ ଅପରାହ୍ନ 3ଟାରୁ 4ଟା ମଧ୍ୟରେ ଚାରମାଳ ଫିଟିବା ଓ ଘୋଡା ଲାଗି ହେବ । ଏହାପରେ ଅପରାହ୍ନ 4ଟାରୁ ଆରମ୍ଭ ହେବ ରଥଟଣା ।












Click it and Unblock the Notifications