For Quick Alerts
Turn On Notification  
For Daily Alerts
Oneindia App Download

ବାହୁଡି ଆସିଲେ ବଡଠାକୁର, ସିଂହଦ୍ୱାର ସାମ୍ନାରେ ଲାଗିଲା ତିନି ରଥ

ସିଂହଦ୍ୱାର ସମ୍ମୁଖରେ ଲାଗିଲା ୩ ଠାକୁରଙ୍କ ରଥ । ପ୍ରଥମରେ ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସାମ୍ନାରେ ପହଞ୍ଚିଲା । ସିଂହଦ୍ୱାରରେ ରଥ ପହଞ୍ଚିବା ପରେ ସେବାୟତ ମାନେ ଗୀତଗୋବିନ୍ଦ ଗାନ କରିଥିଲେ ।

|

ପୁରୀ: ସିଂହଦ୍ୱାର ସମ୍ମୁଖରେ ଲାଗିଲା ୩ ଠାକୁରଙ୍କ ରଥ । ପ୍ରଥମରେ ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସାମ୍ନାରେ ପହଞ୍ଚିଲା । ସିଂହଦ୍ୱାରରେ ରଥ ପହଞ୍ଚିବା ପରେ ସେବାୟତ ମାନେ ଗୀତଗୋବିନ୍ଦ ଗାନ କରିଥିଲେ । ଏକାସ୍ୱରରେ ସେବାୟତମାନେ ଗୀତଗୋବିନ୍ଦ ଗାନ କରିଛନ୍ତି ।

 Bahuda Jatra

ଆଜି ବାହୁଡାଯାତ୍ରାରେ ଜନ୍ମବେଦୀରୁ ବାହାରି ରତ୍ନବେଦୀ ଅଭିମୁଖେ ବାହାରିଥିଲେ । ବାହୁଡା ବେଳେ ପ୍ରବଳ ବର୍ଷା ହୋଇଥିଲା । ବର୍ଷାରେ ଭିଜି ଭିଜି ସେବାୟତମାନେ ରଥକୁ ଟାଣିନେଇଥିଲେ । ରଥଯାତ୍ରା ଭଳି ବାହୁଡା ଯାତ୍ରାରେ ବି କଟକଣା ଲାଗୁ ହୋଇଥିଲା ।

ତେବେ ଏବେ ରଥ ଉପରେ ଅନ୍ୟାନ୍ୟ ନୀତିକାନ୍ତି କରାଯିବ । ବୁଧବାର, ଦ୍ୱାଦଶୀ, ବଡ଼ ତଡ଼ାଉ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ପ୍ରାତଃ ୬ଟାରୁ ୬ଟା ୩୦ ମଧ୍ୟରେ ୩ ରଥରେ ମଙ୍ଗଳ ଆଳତି ସମ୍ପନ୍ନ ହେବ । ମଇଲମ-ତଡ଼ପଲାଗି ସକାଳ ୭ଟା, ଅବକାଶ ୮ଟା ଓ ବେଶଶେଷ ୯ଟା ସୁଦ୍ଧା ସରିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bahuda Jatra Update: Three Chariot Reached at Puri Shree Mandir
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X