ନିର୍ଦ୍ଧାରିତ ସମୟର ତିନି ଘଣ୍ଟା ପୂର୍ବରୁ ଆରମ୍ଭ ହେଲା ରଥଟଣା, ଗଡିଲା ତାଳଧ୍ୱଜ ଓ ଦେବଦଳନ
ପହଣ୍ଡି ପରେ ସରିଲା ତିନି ଠାକୁରଙ୍କ ରଥରେ ଛେରା ପହଁରା ନୀତି । ନୀତିକାନ୍ତି ପରେ ଆରମ୍ଭ ହୋଇଛି ରଥଟଣା । ତେବେ ନୀତିନିର୍ଘଣ୍ଟର ତିନି ଘଣ୍ଟା ପୂର୍ବରୁ ଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହେଲା ରଥଟଣା ।
ପୁରୀ: ପହଣ୍ଡି ପରେ ସରିଲା ତିନି ଠାକୁରଙ୍କ ରଥରେ ଛେରା ପହଁରା ନୀତି । ନୀତିକାନ୍ତି ପରେ ଆରମ୍ଭ ହୋଇଛି ରଥଟଣା । ତେବେ ନୀତିନିର୍ଘଣ୍ଟର ତିନି ଘଣ୍ଟା ପୂର୍ବରୁ ଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହେଲା ରଥଟଣା । ପରମ୍ପରା ଅନୁସାରେ, ପ୍ରଥମେ ଆରମ୍ଭ ହୋଇଛି ବଡଠାକୁର ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା । ରଥାରୁଢ ବଡଠାକୁରଙ୍କ ରଥକୁ ସେବାୟତମାନେ ଟାଣି ନେଉଛନ୍ତି ନୀଳକନ୍ଦରକୁ ।

ପରେ ପରେ ଆରମ୍ଭ ହୋଇଛି ମା ଶୁଭଦ୍ରାଙ୍କ ଦେବଦଳନ ରଥଟଣା । ଆଗେ ଗଲେ ବଡଭାଇ, ପଛେ ପଛେ ଭଉଣୀ । ଭାଇ-ଭଉଣୀ ଗଲା ପରେ ଚାହିଁ ରହିଛି କାଳିଆ । ଶେଷରେ ଗଡିବ ନନ୍ଦିଘୋଷ । ବଦିନାତ୍ମକ ଲୀଳା ଖେଳା ସାରି ଜନ୍ମବେଦୀରୁ ପୁଣି ଆଜି ରତ୍ନବେଦୀକୁ ଫେରିଯିବେ କାଳିଆ ଗୋସାଇଁ ।
ପରମ୍ପରା ଅନୁଯାୟୀ ସମସ୍ତ ନୀତି ଶେଷ ପରେ ପୁନର୍ବାର ରଥରେ ବସି ତିନି ଠାକୁର ରତ୍ନବେଦୀ ଅଭିମୁଖେ ମହାପ୍ରଭୁ । ତେବେ ନୀତି ନିର୍ଘଂଟ ଅନୁସାରେ ସମସ୍ତ ରୀତିନୀତି ସୁରୁଖୁରରେ ସଂପନ୍ନ ହୋଇଛି । ମଧ୍ୟାହ୍ନ ସୁଦ୍ଧା ପହଣ୍ଡି ନୀତି ଏବଂ ପରେ ଛେରାପହଁରା ନୀତି ଶେଷ ହୋଇଛି ।
ରଥଟଣା ସରିବା ପରେ ଅନ୍ୟାନ୍ୟ. ନୀତିକାନ୍ତି କରାଯିବ । ବୁଧବାର, ଦ୍ୱାଦଶୀ, ବଡ଼ ତଡ଼ାଉ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ପ୍ରାତଃ ୬ଟାରୁ ୬ଟା ୩୦ ମଧ୍ୟରେ ୩ ରଥରେ ମଙ୍ଗଳ ଆଳତି ସମ୍ପନ୍ନ ହେବ । ମଇଲମ-ତଡ଼ପଲାଗି ସକାଳ ୭ଟା, ଅବକାଶ ୮ଟା ଓ ବେଶଶେଷ ୯ଟା ସୁଦ୍ଧା ସରିବ ।












Click it and Unblock the Notifications