ଶିମିଳିପାଳକୁ ପୁଣି ଫେରିଲା ବାଘୁଣୀ ଜିନତ୍, ୨ ଦିନ ତଳେ ହୋଇଥିଲା ଟ୍ରାଙ୍କୁଲାଇଜ୍

ଓଡିଶା ଫେରିଲା ଜିନତ୍‌ । ଶିମିଳିପାଳରୁ ଫେରାର ଥିବା ବାଘୁଣୀ ଜିନତ୍‌ ଏବେ ଫେରିଛି । ବନବିଭାଗର ସ୍ୱତନ୍ତ୍ର ଟିମ୍‌ ଜିନତ୍‌କୁ ଆଲିପୁର ଚିଡିଆଖାନାରୁ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛଡାଯାଇଛି ।

Bahguni Jinat returned to Shimilipal

ଶିମିଳିପାଳରୁ ଫେରାର ଥିବା ବାଘୁଣୀ ଜିନତ୍ ଫେରିଛି। ୨୫ ଦିନ ଧରି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଏକାଧିକ ଜଙ୍ଗଲରେ ଆତଙ୍କ ଖେଳାଇବା ପରେ ୨ ଦିନ ତଳେ ବାଂକୁଡ଼ା ଜଙ୍ଗଲରେ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ୍ କରିବା ଲାଗି ବାଘୁଣୀକୁ କୋଲକାତାର ଆଲିପୂର ଚିଡ଼ିଆଖାନାକୁ ନିଆଯାଇଥିଲା । ଏହାପରେ ମଙ୍ଗଳବାର ରାତିରେ STRର ସ୍ଵତନ୍ତ୍ର ପିଞ୍ଜରାରେ ଜିନତକୁ ଶିମିଳିପାଳ ଅଣାଯାଇଛି। କୋଲକାତା ବନବିଭାଗ ସହିତ ପୋଲିସର କଡ଼ା ପହରା ମଧ୍ୟରେ STRର କ୍ଷେତ୍ର ନିର୍ଦ୍ଦେଶକଙ୍କ ଏକ ଟିମ୍ ଜୀନତକୁ ଶିମିଳିପାଳ ଆଣିଛନ୍ତି। ବୁଧବାର ଭୋର ୪ଟା ସମୟରେ ଜିନତ୍ ପୁଣି ଶିମିଳିପାଳକୁ ଫେରିଛି । ସେଠାରେ ପୁଣି ଥରେ ଜିନତ୍‌କୁ ଏନ୍‌କ୍ଲୋଜରରେ ଛଡାଯାଇଛି ବୋଲି ସୂଚନା ଦେଇଛନ୍ତି STRର RCCF ପ୍ରକାଶ ଚାନ୍ଦ ଗୋଗୀନେନି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+