ବାହାନଗା ଟ୍ରେନ୍ ଟ୍ରାଜେଡି:ରେଲୱେ ବୋର୍ଡ ଚେୟାରମ୍ୟାନ ଓ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍

ବାହାନଗା ଟ୍ରେନ୍ ଟ୍ରାଜେଡି:ବାଲେଶ୍ୱର ବାବାନଗା ଟ୍ରେନ୍ ଟ୍ରାଜେଡି ପ୍ରସଙ୍ଗରେ ରେଲୱେ ବୋର୍ଡର ଚେୟାରମ୍ୟାନ ଓ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ନୋଟିସ । ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ଏକ ପିଟିସନ ଆଧାରରେ ଆକ୍ସନ ଟେକେନ୍ ରିପୋର୍ଟ ତଲବ କରିଛନ୍ତି NHRC ।

Train Accident


ଏହି ରିପୋର୍ଟରେ ରେଳ କର୍ତ୍ତୃପକ୍ଷଙ୍କ ଅବହେଳା ଓ ବିଫଳତା ପାଇଁ ଦୁର୍ଘଟଣାଗ୍ରସ୍ତ ଟ୍ରେନର ମୃତାହତ ଯାତ୍ରୀଙ୍କର ଅଧିକାର ଉଲ୍ଲଂଘନ ହୋଇଥିବା ନେଇ ଉଲ୍ଲେଖ କରାଯାଇଛି । ସୁପ୍ରିମକୋର୍ଟ ଆଇନଜୀବୀ ତଥା ମାନବାଧିକାରୀ କର୍ମୀ ରଧାକାନ୍ତ ତ୍ରିପାଠୀ ଏକ ପିଟିସନ ଦାୟର କରିଛନ୍ତି । ସେହିପରି ଦୁର୍ଘଟଣା ପରେ ଚୋରି, ମୃତଦେହର ନକଲି ଦାବିଦାର ଆଜି ଘଟଣା ଦେଖିବା ପାଇଁ ମିଳିଥିଲା ।

ତେବେ ଏହି ସମସ୍ତ ଅବହେଳା ପାଇଁ ରେଲୱ କର୍ତ୍ତୃପକ୍ଷ ଏବଂ ଓଡ଼ିଶା ସରକାର ଦାୟୀ ବୋଲି ପିଟିସନରେ ଦର୍ଶାଯାଇଥିବା ନେଇ ସୂଚନା ରହିଛି । ତେବେ ଏହି ପିଟିସନ୍ ଆଧାରରେ ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ ।

ସୂଚନାଥାଉ କି, ଗତ ଜୁନ୍ ମାସ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । କରମଣ୍ଡଳ ଏକ୍ସପ୍ରେସ୍‌ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା । ଠିକ୍‌ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍‌ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍‌ । ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+