ବାହାନଗା ଟ୍ରେନ୍ ଟ୍ରାଜେଡି:ଏକ ସପ୍ତାହ ପରେ ମଧ୍ୟ ମିଳୁନାହିଁ ୮୨ ମୃତଦେହର ପରିଚୟ, DNA ରିପୋର୍ଟ ଅପେକ୍ଷାରେ ପରିବାର
Odisha Train Accident: ବାଲେଶ୍ୱର ଟ୍ରେନ ଦୁର୍ଘଟଣାକୁ ଏହାରି ମଧ୍ୟରେ ଏକ ସପ୍ତାହ ବିତିଯାଇଛି । ହେଲେ ଏ ପର୍ଯ୍ୟନ୍ତ ମିଳିପାରୁ ନାହିଁ 82 ମୃତଦେହର ପରିଚୟ । ଡିଏନ୍ଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି ସମ୍ପର୍କୀୟ । ହେଲେ ଅନେକ ପରିବାରକୁ ଖାଲି ହାତରେ ହିଁ ଘରକୁ ଫେରିବା ପାଇଁ ପଡୁଛି । ଜୁନ୍ ୨ରେ ଘଟିଥିବା ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ 288 ଜଣ ପ୍ରାଣ ହରାଇଥିଲେ ।
ସରକାରୀ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସମସ୍ତ ମୃତଦେହକୁ ଭୁବନେଶ୍ୱର AIIMSରେ ରଖାଯାଇଛି । ଗତ 48 ଘଣ୍ଟା ମଧ୍ୟରେ ଏଠାରେ ମୃତଦେହକୁ ପରିବାର ଲୋକଙ୍କୁ ଦିଆଯାଇ ନାହିଁ । ପରିଚୟ ମିଳୁନଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ସରକରୀ ଅଧିକାରୀଙ୍କ ସୂଚନା ଅନୁସାରେ, ଅଧିକାଂଶ ମୃତଦେହ ଚିହ୍ନଟ ହୋଇପାରି ନାହିଁ କାରଣ ସେଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ AIIMS ଅଧିକାରୀଙ୍କୁ ଭେଟି ମୃତଦେହକୁ କିପରି ଚିହ୍ନଟ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ମୃତଦେହକୁ ଚିହ୍ନଟ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ ।
ସୂଚନା ଅନୁସାରେ, 50ରୁ ଅଧିକ ସମ୍ପର୍କୀୟଙ୍କ ରକ୍ତ ନମୁନା ନିଆଯାଇଛି ଯାହା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ନୂଆଦିଲ୍ଲୀକୁ ପଠାଯିବ । ସେପଟେ ବିହାର ଏବଂ ପଶ୍ଚିମବଙ୍ଗର କିଛି ଲୋକ ନିଜ ସମ୍ପର୍କିୟଙ୍କର ଫଟୋ ନେଇ ମୃତଦେହ ନେବା ପାଇଁ ଆସୁଛନ୍ତି ହେଲେ ମୃତ ଦେହ ଚିହ୍ନିବା କଷ୍ଟକର ହେଉଥିବାରୁ ଖାଲି ହାତରେ ହିଁ ଘରକୁ ଫେରିବା ପାଇଁ ପଡୁଛି । ସେଥିପାଇଁ DNA ପରୀକ୍ଷା ପାଇଁ ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି ।












Click it and Unblock the Notifications